ଦୃଶ୍ୟମାନ ହେବ ୩ ଗ୍ରହ ସହ ଚନ୍ଦ୍ର ମିଳନର ବିରଳ ଦୃଶ୍ୟ

ଭୁବନେଶ୍ବର: ଆସନ୍ତାକାଲିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର। ଏପ୍ରିଲ ମାସ ସାରା ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଏହା ଏକ ଘଣ୍ଟା ଧରି ଦେଖାଯିବ। ସେହିପରି ଶୁକ୍ର ଗ୍ରହ ଖୁବ ଉଜ୍ଜ୍ବଳ ହୋଇ ପଶ୍ଚିମ ଆକାଶରେ ସନ୍ଧ୍ୟା ସମୟରେ ୩ ଘଣ୍ଟା ଧରି ଏପ୍ରିଲ୍‌ ମାସ ସାରା ଦେଖାଯିବ। ୨୬ ଓ ୨୭ ତାରିଖରେ ବାଙ୍କୁଲି ଚନ୍ଦ୍ର ଶୁକ୍ର ଗ୍ରହର ଖୁବ୍‌ ପାଖରେ ରହିବ। ଏହି ବିରଳ ତଥା ସୁନ୍ଦର ଦୃଶ୍ୟ ସମସ୍ତେ ଉପଭୋଗ କରିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର