ଦୋପଟି ମେଳଣରେ ଏକାଠି ହେଲେ ୨୦ ଦୋଳ

ବାଲିପାଟଣା: ବାଲିପାଟଣାର ସର୍ବପୁରାତନ ଦୋଳ ମେଳଣ ଦୋପଟି ମେଳଣ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ମଧ୍ୟରାତ୍ରରୁ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବିଭିନ୍ନ ଗ୍ରାମର ଦେବତା ମାନେ ଶୋଭାଯାତ୍ରାରେ ‌ଦୋଳ ବିମାନ ଆସି ଦୋପଟି ମେଳଣ ପଡ଼ିଆରେ ଏକାଠି ହୋଇଥିଲେ। ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବ ଥାନପତି ଆସନ ଅଳଙ୍କୃତ କରିଥିଲେ। ଏହା ସହ ଦୁଇ ବ୍ଲକର ୨୦ ଦୋଳ ବିମାନ ଦୋପଟି ମେଳଣରେ ଏକତ୍ରିତ ବସିଥିଲେ। ଇଂରେଜ ଶାସନ କାଳରେ ବାଲିପାଟଣା ଥାନାରେ ନିୟୋଜିତ ଦୋପଟି ସାହେବଙ୍କ ଅମଳରୁ ଏହି ଯାତ୍ରା ଚାଲୁଛି। ସେହିପରି ଆଜି ଚଣାହଟ୍ଟା ଦାଣ୍ଡ ମେଳଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳର ଠାକୁର ଦୋଳ ବିମାନରେ ଆସି ଏକାଠି ହୋଇଥିଲେ। ‌ସେଠାରେ ହରିହର ଭେଟ ହୋଇଥିଲା।

ସମ୍ବନ୍ଧିତ ଖବର