ଧୂପ ନିଆଁରୁ ଜଳିଗଲା ଦୁଇ ବଖରା

ବାଲିଅନ୍ତା: ଜୟଦେବ ପଞ୍ଚାୟତ ଅଧୀନ ସାହେବନଗର ଗ୍ରାମରେ ଧୂପ ନିଆଁ ଲାଗି ସଚ୍ଚିଦାନନ୍ଦ ଜେନାମଣିଙ୍କ ଦୁଇ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ବାଲିପାଟଣା ଅଗ୍ନିଶମ ସେବାକେନ୍ଦ୍ର କର୍ମଚାରୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଦୁଇ ବଖରା ଯାକ ପୂରା ଜଳି ଯାଇଥିଲା। ସ୍ଥାନୀୟ ସରପଞ୍ଚ ପ୍ରଜ୍ଞାପରମିତା ଜେନାମଣି ଓ ଯୁବନେତା ଅର୍ଜୁନ ଜେନାମଣି ପ୍ରମୁଖ ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର