ନାବାଳିକାକୁ ପ୍ରେମରେ ଫସାଇ ଫସିଲା ପ୍ରେମିକ, ଅପହରଣ ଅଭିଯୋଗରେ ବନ୍ଧା ହେଲା

ମେଣ୍ଢାଶାଳ: ଜଣେ ନାବାଳିକାକୁ ପ୍ରେମରେ ଫସାଇ ନିଜେ ଫସି ଯାଇଛି ପ୍ରେମିକ। ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ତାକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ, ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଜାମୁଝରୀ ଗାଁର ପ୍ରଦ୍ୟୁମ୍ନ ଦାସ ଓରଫ ଟୁବୁନା(୨୫)। ଆଜି ଡାକ୍ତରୀ ମାଇନା ପରେ ନାବାଳିକାକୁ ପରିବାର ଲୋକଙ୍କ ଜିମା ଦିଆଯାଇଥିବା ବେଳେ ଅଭିଯୁକ୍ତ ଟୁବୁନାକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

ସୂଚନାନୁସାରେ, ଏପ୍ରିଲ ମାସରେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଟୁବୁନ‌ା ହିଁ ଅପହରଣ କରିଛି ବୋଲି ପରିବାର ପକ୍ଷରୁ ସିଧାସଳଖ ଅଭିଯୋଗ ହୋଇଥିଲା। ତେଣୁ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଅଭିଯୁକ୍ତ ଟୁବୁନାର ମୋବାଇଲ୍ ଫୋନ୍‌ ଟ୍ରାକିଂ ଜାରି ରଖିଥିଲେ। ଛତାବର ଗ୍ରାମର ଜନୈକ ଯୁବକକୁ ଟୁବୁନା ଫୋନ୍‌ କରୁଥିବା ଜଣାପଡ଼ିଥିଲା ଓ ପୁଲିସ ଉକ୍ତ ଯୁବକ ସହଯୋଗରେ ଟୁବୁନାକୁ ଠାବ କରିଥିଲା। ଗତ ରାତିରେ ପୁଲିସ ଟିମ୍‌ ଟୁବୁନା ଆତ୍ମଗୋପନ କରିଥିବା ସ୍ଥାନରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଟୁବୁନାକୁ ଗିରଫ କରିଥିଲା। ଏହା ଏକ ପ୍ରେମଜନିତ ମାମଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର