ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ବାର୍ଷିକୋତ୍ସବ

ଭୁବନେଶ୍ବର: କୋରଡ଼କଣ୍ଟା ସ୍ଥିତ ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ଷଷ୍ଠ ବାର୍ଷିକୋତ୍ସବ ଆଜି କେଶୁରାସ୍ଥିତ ରୟାଲ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏସିପି ଅନିଲ ମିଶ୍ର, ହେଲ୍ପଏଜ୍‌ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର ଓ ବରିଷ୍ଠ ନାଗରିକ ମହାସଂଘ ସଭାପତି ମଧୁମାଧବ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରୟାଲ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ବିଷ୍ଣୁମୋହନ ମହାନ୍ତି ଓ ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଯୁଗଳ କିଶୋର ସାହୁଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଏହାସହ ସ୍ଥାନୀୟ ୫ଟି ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯାଇଛି। ଗାଁର ଦୁଇ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ଏହି ଅବସର‌ରେ କିଡ୍‌ସ୍‌ ମେଡିକାଲ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସଂଘର ସଭାପତି ରମାକାନ୍ତ ମହାପା‌ତ୍ର ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଯୁଗଳ କିଶୋର ସାହୁ, କୋଷାଧ୍ୟକ୍ଷ ସଦାଶିବ ସାହୁ, ଯୁଗ୍ମ ସମ୍ପାଦକ ଶିବନାରାୟଣ ମହାପାତ୍ର, ଉପସଭାପତି ଚୈତନ୍ୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର