ନୀଳାଦ୍ରିବିହାର : ଛୁରି ଦେଖାଇ ସୁନା ଚେନ୍ ଝାମ୍ପିନେଲେ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାରରେ ଆଜି ଜଣେ ଯୁବତୀ ଓ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ସଂଧ୍ୟାରେ ମନ୍ଦାକିନୀ ସାହୁ ନାମ୍ନୀ ଜଣେ ଯୁବତୀ ଏଟିଏମ୍ ଛକରୁ ସଉଦା ନେଇ ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍‌ରେ ଆସି ଛୁରି ଦେଖାଇ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଏନେଇ ଯୁବତୀ ଜଣକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ସେହିପରି ନୀଳାଦ୍ରିବିହାର ସେକ୍ଟର୍-୨ରେ ପ୍ରୀତି‌ତପ ‌ମହାନ୍ତି ନାମ୍ନୀ ମହିଳା କାର୍ଯ୍ୟାଳୟକୁ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ନମ୍ବର ବିହୀନ ପଲସର୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର