ପଞ୍ଚାୟତ ‌ଗୋଦାମରୁ ଚାଉଳ ବୋହିନେବା ଘଟଣା: ମାମଲା ରୁଜୁ କଲା ପୁଲିସ

ଖଣ୍ଡଗିରି : ମଦନପୁର ପଞ୍ଚାୟତ ଗୋଦାମ ଘରୁ ଚାଉଳ ବୋହି ନେବା ଘଟଣାକୁ ନେଇ ଯାଁଳା ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରିଛି। ଏ ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନଥିଲେ ବି ବହୁ ଲୋକଙ୍କ ନାମରେ ମାମଲା ରୁଜୁ କରିବାକୁ ପଦକ୍ଷେପ ନେଉଥିବା ସୂଚନା ମିଳିଛି। ଗୋଦାମରୁ ଚୋରି ହୋଇଥିବା ୩ ଶହ କ୍ବିଣ୍ଟାଲ ଚାଉଳ ଓ ୧ ଶ‌ହ‌ କ୍ବିଣ୍ଟାଲ ଗହମରୁ ପୁଲିସ ମାତ୍ର ୫୦ କ୍ବିଣ୍ଟାଲ ଚାଉଳ ଜବତ କରିବାରେ ସକ୍ଷମ ହୋଇଛି। ତେବେ ଚାଉଳ ଓ ଗହମ ଫେରାଇ ଦେଲେ ମାମଲାରୁ ସେମାନଙ୍କ ନାମ ବାଦ୍ ପଡ଼ିବ ବୋଲି ଜଣାପଡ଼ିଛି।

ଗତ ୫ ତାରିଖ‌ରେ ମଦନପୁର ପଞ୍ଚାୟତ ଗୋଦାମର ତାଲା ଭାଙ୍ଗି ସ୍ଥାନୀୟ ଲୋକେ ମହଜୁଦ୍ ଥିବା ପିଡିଏସ୍ ଚାଉଳ ଓ ଗହମ ଲୁଟି ନେଇଥିଲେ। ଅଭିଯୋଗ ଅନୁସାରେ ଗୋଦାମରେ ୩ କ୍ବିଣ୍ଟାଲ ଚାଉଳ ଓ ୧ ଶହ କ୍ବିଣ୍ଟାଲ ଗହମ ମହଜୁଦ୍ ଥିଲା। ଏ ନେଇ ଯାଁଳା ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ମଦନପୁରର ବିଭିନ୍ନ ସାହିରେ ଛାନ୍‌ଭିନ୍ କରିଥିଲା। ମାମଲା ଭୟରେ ବହୁ ଲୋକ ଚାଉଳ ଫେରାଇ ଦେଇଥିଲେ। ପଞ୍ଚାୟତ ଯୋଗାଣ ସହାୟକଙ୍କ ତଥ୍ୟ ପ୍ରମାଣକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର