ପିଣ୍ଡଦାନ ମନ୍ତ୍ରରେ କମ୍ପିଲା ପବିତ୍ର ତ୍ରିବେଣୀ ଘାଟ

ବାଲିପାଟଣା: ଆଜି ପବିତ୍ର ଆଶ୍ବିନ ଅମାବାସ୍ୟା ତିଥିରେ ପ୍ରାଚୀ ନଦୀର ତ୍ରିବେଣୀ ଘାଟ ପିଣ୍ଡଦାନ ମନ୍ତ୍ରରେ କମ୍ପି ଉଠିଥିଲା। ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ଅସ୍ଥି ବିସର୍ଜନ ଅବସରରେ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ବନି ଏହି ଘାଟକୁ ଆଜି ଅଧିକ ଚଳଚଞ୍ଚଳ ଓ ଜୀବନ୍ତ କରିଥିଲା। ଶତାଧିକ ଶ୍ରଦ୍ଧାଳୁ ଏହି ଘାଟରେ ଆଜି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିବା ବେଳେ ବହୁ ଲୋକ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରାଇଥିଲେ।

ଚାଉଳ, ଅଟା ଏବଂ ଛତୁଆରେ ମହୁ, ଗୁଡ଼, ଘିଅ, କ୍ଷୀର, ଅଦା ପ୍ରଭୃତି ମିଶ୍ରଣ କରିବା ପରେ ପିଣ୍ଡ ପକାଇଥିଲେ। ନୂଆ ମାଟି ଆଟିକାରେ ଅରୁଆ ଚାଉଳ,ଡାଲି, ଫଳ, ପନିପରିବା ପ୍ରଭୃତି ଭୋଜ୍ୟ ଅର୍ପଣ କରି ବ୍ରାହ୍ମଣଙ୍କୁ ଦାନ କରିଥିଲେ। ଏହି ସମୟରେ ପିଣ୍ଡଦାନ କଲେ ପୂର୍ବ ପୁରଷଙ୍କ(ପିତୃକୁଳ ଓ ମାତୃକୁଳ) ଆତ୍ମା ମୋକ୍ଷ ପ୍ରାପ୍ତି ଲାଭ କରନ୍ତି ବୋଲି ପ୍ରସନ୍ନ କୁମାର ପଣ୍ଡା କୁହନ୍ତି। ଅନ୍ତର୍ବେଦୀ ସାଂସ୍କୃତିକ ପରିଷଦ ତରଫରୁ ଭକ୍ତଙ୍କ ଲାଗି ପ୍ରସାଦ ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର