ପୁଅ ପନିକି ଚୋଟରେ ବାପା ଗୁରୁତର, ପୁଅ ସମେତ ୪ ଅଟକ

ବାରଙ୍ଗ : ଅସୁସ୍ଥ ମା’ର ଚିକିତ୍ସା ପାଇଁ ଟଙ୍କା ମାଗିବାରୁ ପୁଅର ପନିକି ଚୋଟରେ ବୃଦ୍ଧ ବାପ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ବଡ ଡାକ୍ତ୍ରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦନକାନନ ଥାନା ଅଧିନ ଝିଙ୍କରଡିହ ଗ୍ରାମରେ । ବୃଦ୍ଧ ନିରଞ୍ଜନ ସାହୁଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଅଛି। ତେଣୁ ଚିକିତ୍ସା ପାଇଁ ନିରଞ୍ଜନ ପୁଅ ଲିପୁକୁ ଟଙ୍କା ମାଗିଥିଲେ। ମାତ୍ର ଏଥିରେ ଉତ୍‌କ୍ଷିପ୍ତ ହୋଇ ଲିପୁ ନିରଞ୍ଜନଙ୍କୁ ପନିକିରେ ଦୁଇ ଚୋଟ ପକାଇଥିଲା। ପନିକି ଚୋଟରେ ତାଙ୍କ କାନ୍ଧ ଓ ହାତରେ କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ବୃଦ୍ଧଙ୍କର ଚିତ୍କାର ଶୁଣି ସାହି ଲୋକ ଦୌଡା ଦୌଡି ହୋଇ ଆସିଥିଲେ। ଲିପୁ ସେମାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିବା ବେଳେ ସେମାନେ ତାକୁ କାବୁ କରି ନେଇଥିଲେ। ଘରକୁ ଆସିଥିବା ନିରଞ୍ଜନର ଶଳା ଓ ତାଙ୍କ ସ୍ତ୍ରୀକୁ ମଧ୍ୟ ଅଟକ ରଖି ନନ୍ଦନକାନନ ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ୪ ଜଣଙ୍କୁ ନନ୍ଦନକାନନ ଥାନାରେ ଅଟକ ରଖି ଜେରା କରୁଛି।

ସମ୍ବନ୍ଧିତ ଖବର