ବାତ୍ୟା ପରେ ରାଜଧାନୀ ସୁରକ୍ଷା ପାଇଁ ୩୭ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ବର: ବାତ୍ୟା ପରେ ରାଜଧାନୀରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ଅଞ୍ଚଳ ଅନ୍ଧାର। ଏହାର ସୁଯୋଗରେ ଲୁଟେରାମାନେ ଲୁଟ୍‌ପାଟ୍‌ କରୁଥିବା ଖବର ଆସୁଛି। ବିଭିନ୍ନ ରିଲିଫ୍‌ ସେଣ୍ଟରରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ବିଦ୍ୟୁତ ସଂଯୋଗକୁ ନେଇ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ଗଣ୍ଡଗୋଳ ହେଉଛି। ରାଜଧାନୀରେ ଆଇନ୍‌ଶୃଙ୍ଖଳାକୁ ନେଇ କମିସନରେଟ୍‌ ପୁଲିସ ଚିନ୍ତିତ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ୩୭ ପ୍ଲାଟୁନ୍‌ ପୁଲିସ ନିୟେ‌ାଜିତ କରାଯାଇଥିବା ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ବିଦ୍ୟୁତ ସେବା, ରିଲିଫ୍‌ ବଣ୍ଟନ କାର୍ଯ୍ୟ ଓ ନେଟ୍‌ୱର୍କ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଫୋର୍ସ ମୁତୟନ ରହିବେ ବୋଲି କମିସନର ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର