ବାଲିଘାଟରେ ଚଢ଼ଉ, ୪ ଗିରଫ: ୫ ଗାଡ଼ି ଜବତ

ବାଲିଅନ୍ତା: ସ୍ଥାନୀୟ ଭୁବନପୁର ବାଲିଘାଟରେ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଚଢ଼ଉ କରି ବେଆଇନ ଭାବେ ବାଲି ଏବଂ ମାଟି ଚାଲାଣ କରୁଥିବା ୫ଟି ଗାଡ଼ି ଜବତ କରିଛନ୍ତି। ଜବତ ଗାଡ଼ି ମଧ୍ୟରେ ୩ଟି ହାଇୱା, ଗୋଟିଏ ଜେସିବି ଓ ଗୋଟିଏ ହିଟାଚି ମେସିନ୍‌ ରହିଛି। ଏଥିସହ ବାଲି ଏବଂ ମାଟି ଚୋରା ଚାଲାଣ ମାମଲାରେ ଉକ୍ତ ଥାନା ଅଧୀନ ବେଣୁପୁର ଗ୍ରାମର ଲିଙ୍ଗରାଜ ଜେନା ଓରଫ ପାକନ, ନକୁଳ ଜେନା, ବାଲିଅନ୍ତାର ଅର୍ଣ୍ଣବ ଦାସ ଓରଫ ବିଟୁ ଏବଂ କୋଠସାହିର ଚନ୍ଦ୍ରକାନ୍ତ ଭୋଇ ଓରଫ କଣ୍ଡୁରି ଭୋଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତହସିଲ ପ୍ରଶାସନର ଅଭିଯୋଗକ୍ରମେ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। ଜବତ ଗାଡ଼ି ମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଉପରୋକ୍ତ ଅଭିଯୁକ୍ତମାନେ ମାସାଧିକ କାଳ ଧରି ବେଧଡ଼କ ଭାବେ ଭୁବନପୁର ସ୍ଥିତ କୁଆଖାଇ ନଦୀରୁ ରାତି ଅଧିଆ ମାଟି ଓ ବାଲି ଉଠାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର