ବିଜେଡିରେ ମିଶିଲେ ବିଜେପି କର୍ମୀ

ଚନ୍ଦ୍ରଶେଖରପୁର : ଭୁବନେଶ୍ବର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ପରେ ତୃଣମୂଳସ୍ତରରେ ଦଳକୁ ସଙ୍ଗଠନ କରିବା ପାଇଁ ନେତାମାନେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଯେଉଁଥିରେ ୧୪ନମ୍ବର ୱାର୍ଡର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେଡିରେ ମିଶିଛନ୍ତି। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ସେମାନଙ୍କୁ ସ୍ବାଗତ କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ରାଉତଙ୍କ ତତ୍ତ୍ବାବଧାନରେ ୮ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ ମୋନାଲିସା ସାହୁଙ୍କ ସହଯୋଗରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଚନ୍ଦ୍ରଶେଖରପୁର ସାଇଜ୍ୟୋତି କନଭେନସନ୍‌ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୨୨୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ତଥା ‘ଓଡ଼ିଶା ମୋ ପରିବାର’ର ସହ-ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଅମରେଶ ଜେନା, ଦୁର୍ଗା ସାମନ୍ତରାୟ, ସମୀର ପ୍ରଧାନ, ଜୀବନ ବିନ୍ଦୁ ସଂଯୋଜକ ପ୍ରକାଶ ତ୍ରିପାଠୀ, ନବକିଶୋର ବେହେରା, ଅଶ୍ବିିନୀ ସୁନ୍ଦରାୟ, କଞ୍ଜେଷ୍ଟର ଜେନା, ସମରେନ୍ଦ୍ର ସାହୁ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର