ଭୁବନେଶ୍ବରରେ ପହଞ୍ଚିଲା ‘ମଦମୁକ୍ତି ପଦଯାତ୍ରା’

ଚନ୍ଦ୍ରଶେଖରପୁର: ରାଜ୍ୟରେ ନିଶା ନିବାରଣ ଆଇନ ଲାଗୁ କରିବା ତଥା ରାଜ୍ୟକୁ ମଦମୁକ୍ତ ଘୋଷଣା କରିବା ଉଦ୍ଦେଶ୍ୟରେ ଅନୁଗୁଳରୁ ପଦଯାତ୍ରା ଆରମ୍ଭ କରିଥିବା ଅନୁଗୁଳ ସ୍ବେଚ୍ଛାସେବୀ ସଂଘ ଆଜି ଭୁବନେଶ୍ବରରେ ପହଞ୍ଚିଛି। ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୨୦ଜଣିଆ ଏହି ଦଳକୁ ବିଭିନ୍ନ ସ୍ଥାନରେ ଲୋକମାନେ ସ୍ବାଗତ କରିଛନ୍ତି। ଆଜି ସକାଳେ ଏହି ଦଳ ନନ୍ଦନକାନନ, ପଟିଆ, ଚନ୍ଦ୍ରଶେଖରପୁର, ଜୟଦେବ ବିହାର ରାସ୍ତା ଦେଇ ନବୀନ ନିବାସ ଓ ରାଜ୍ୟପାଳଙ୍କ ବାସଭବନରେ ପହଞ୍ଚିବା ସହ ସେଠାରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ପଦଯାତ୍ରା ପରିଚାଳକ ପର୍ଶୁରାମ ଦାସଙ୍କ ସୂଚନା ଅନୁଯାୟୀ, ବିହାର ଓ ଗୁଜୁରାଟ ଭଳି ଓଡ଼ିଶାରେ ନିଶା ନିବାରଣ ଆଇନ ଲାଗୁ କରାଗଲେ, ରାଜ୍ୟରେ ଅପରାଧ ସଂଖ୍ୟା କମିବ।

ସମ୍ବନ୍ଧିତ ଖବର