ଭଡ଼ାରେ ନେଇ କାର୍‌ ଲୁଟ୍‌ ମାମଲା, ଜଣେ ଗିରଫ

ଚନ୍ଦ୍ରଶେଖରପୁର: ଭଡ଼ା ଆଳରେ କାର୍‌ ଲୁଟି‌ନେବା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପବିତ୍ର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଗାଡ଼ି ମାଲିକ ରୂପେଶ କୁମାର ସାହୁ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, କାନନବିହାରରେ ରୂପେଶଙ୍କ ଏକ ଟ୍ରାଭେଲସ୍ ସର୍ଭିସ୍‌ ରହିଛି। କିଛି ଦିନ ତଳେ ପବିତ୍ର ତାଙ୍କ ଟ୍ରାଭେଲ୍ସରୁ ଗାଡ଼ି ବୁକ୍‌ କରି ପାରାଦୀପ ଭଡ଼ାରେ ନେଇଥିଲା। ମାତ୍ର କାର୍‌ ସେଠାରେ ପହଞ୍ଚିବା ପରେ କିଛି ସ୍ଥାନୀୟ ଯୁବକଙ୍କ ସହ ମିଶି ପବିତ୍ର କାର୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାର୍‌ ଲୁଟି ନେଇଥିଲା। ଏ ସଂପର୍କରେ ରୂପେଶ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ଜଗତସିଂପୁରରେ ବ୍ଲକିଂ ଚାଲିଥିବା ବେଳେ ସେଠାକାର ପୁଲିସ ଉକ୍ତ ଚୋରା କାର୍‌କୁ ଜବତ କରିଥିଲା। ଏ ସଂପର୍କରେ ପୁଲିସ ୱେବ୍‌ସାଇଟ୍‌ରୁ ଜାଣିବା ପରେ ଚନ୍ଦ୍ରଶେଖରପୁର ପୁଲିସ ସେଠାରେ ପହଞ୍ଚି ପବିତ୍ରକୁ ଗିରଫ କରିବା ସହ ଚୋରି କାର୍‌କୁ ଜବତ କରିଛି।

ସମ୍ବନ୍ଧିତ ଖବର