ମଧୁଲିତାର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବ‌େନଶ୍ବର: ପାରିବାରିକ ପତ୍ରିକା ‘ମଧୁଲିତା’ର ତ୍ରୟୋଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। କବି ନିରାକାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନ୍‌ଗୋ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି, ଏସେଲ୍ ମାଇନିଂର ବରିଷ୍ଠ ଅଧିକାରୀ ପ୍ରସନ୍ନ ପଣ୍ଡା, ନାଲ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ସମାଜସେବୀ ଶୁଚିସ୍ମିତା ପୃଷ୍ଟି, ଟିଭି ଉପସ୍ଥାପିକା କଳ୍ପନା ମିଶ୍ର, ଲେଖକ ପବିତ୍ର ପାଣିଗ୍ରାହୀ, ଯୁଗ ପ୍ରବର୍ତ୍ତକର ସମ୍ପାଦକ ରାଜେନ୍ଦ୍ର ବର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପତ୍ରିକାର ସମ୍ପାଦିକା ମଧୁଲିତା ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏଥର ପତ୍ରିକା ପକ୍ଷରୁ ୯ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁପରହିଟ୍‌ ଯୋଡ଼ି ଭାବେ ପ୍ରସନ୍ନ ପଣ୍ଡା ଓ ବନ୍ଦନା ପଣ୍ଡା, ସମାଜସେବାରେ ସବିତା ପଟ୍ଟନାୟକ, ଟିଭି ସମ୍ବାଦ ପାଠକ ଭାବେ ବଳଭଦ୍ର ରଥ, ମଞ୍ଚ ଘୋଷକ ଅଭିନନ୍ଦନ ଦାସ, କବିତାରେ ସୁଚିତ୍ରା ପାଣିଗ୍ରାହୀ ଓ ଲଳିତା ଜେନା, ଗଳ୍ପରେ ‌ମୌସୁମୀ ଦାସ ଓ ଶ୍ରୁତକୀର୍ତ୍ତି ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର