ଯୁବକଙ୍କୁ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର,: ବ୍ୟାବସାୟିକ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କେଶୁରା ଅଞ୍ଚଳର ରାକେଶ ଜେନା(୧୯) ଓ ଗଗନ ମହାରଣା(୨୮)। କ୍ଷୀର ବ୍ୟବସାୟକୁ ନେଇ କଟକ ଓଲଟପୁରର ସୁଶୀଲ ମିଶ୍ରଙ୍କ ସହ ରାକେଶ, ଗଗନ ଓ ସେମାନଙ୍କ ସହଯୋଗୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରାକେଶ ଓ ସେମାନଙ୍କ ସହଯୋଗୀ କେଶୁରା ଅଞ୍ଚଳରେ ବ୍ୟବସାୟ କରୁଥିଲେ। ଏହାକୁ ନେଇ ଶତ୍ରୁତା ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ରାକେଶ, ଗଗନ ଓ ସେମାନଙ୍କ ୭ ସହଯୋଗୀ ମିଶି ତାଙ୍କୁ ଆକ୍ରମଣ କରିଥିଲେ। ମାଡ଼ମାରିବା ସହ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏନେଇ ସୁଶୀଲ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର