ଯୁବତୀଙ୍କ ମୋବାଇଲ ଛଡ଼ାଇନେଲେ

ଭୁବନେଶ୍ବର : ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଜାରି ରହିଛି। ରବିବାର ଦିନ ଏକାମ୍ର ହାଟ ନିକଟରେ ଦୁଇ ଦୁର୍ବୃତ୍ତ ଜଣେ ଯୁବତୀଙ୍କର ମୋବାଇଲ ଫୋନ୍ ଝାମ୍ପି ନେଇଛନ୍ତି। ଏନେଇ ଯୁବତୀ ଜଣକ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଯୁବତୀ ଜଣଙ୍କ ଏକାମ୍ର ହାଟ ନିକଟରେ ଯାଉଥିବା ବେଳେ ଏକ ପଲସର୍‌ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ହଠାତ୍ ତାଙ୍କ ପାଖରେ ଅଟକିଥିଲେ। ଯୁବତୀ ଜଣକ କିଛି ବୁଝିବା ପୂର୍ବରୁ ବାଇକ୍‌ ପଛରେ ଥିବା ଦୁର୍ବୃତ୍ତ ତାଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଟାଣି ନେଇଥିଲା।

ସମ୍ବନ୍ଧିତ ଖବର