ଯୁବ ସ୍ବାଭିମାନ ଦିବସରେ ବୃକ୍ଷରୋପଣ

ଭୁବନେଶ୍ୱର: ଯୁବ ସ୍ବାଭିମାନ ଦିବସ ଅବସରରେ ରବିବାର ଅପରାହ୍‌ଣରେ ପୁରୁଣା ଭୁବନେଶ୍ୱରସ୍ଥିତ ମହତାବ ରୋଡ୍‌ସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶୀତଳଷଷ୍ଠୀ କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶୀତଳଷଷ୍ଠୀ କମିଟିର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ କମିଟିର ଉପସଭାପତି ସନତ ମିଶ୍ର, ସମ୍ପାଦକ ପୃଥିବୀକାନ୍ତ ମହାପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ବିକ୍ରମ ସୁନ୍ଦରାୟ, ଗୋପାଳ ସାମନ୍ତରା, ସୋନୁ ନାୟକ, ବସନ୍ତ କୁମାର ସାହୁ, ନୃସିଂହ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର