ରାଜଧାନୀରେ ମାଗଣା ହ୍ୟାଣ୍ଡ୍‌ବଲ୍ ପ୍ରଶିକ୍ଷଣ

ଭୁବନେଶ୍ବର: ରାଜ୍ୟର ସଫଳତମ ହ୍ୟାଣ୍ଡବଲ୍‌ ପ୍ରଶିକ୍ଷକ ତଥା ଜାତୀୟ କ୍ରୀଡ଼ା ବିଜେତା ବିଶ୍ବରଂଜନ ଦାଶ (ଚନ୍ଦନ)ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ରାଜଧାନୀରେ ପୁଣି ଥରେ ମାଗଣାରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବିଜେବି କଲେଜ ପଡ଼ିଆରେ ପ୍ରାଥମିକ ପର୍ଯ୍ୟାୟରେ ମାତ୍ର ୧୨ ଜଣଙ୍କୁ ନେଇ ଏହି ଶିବିର ଆରମ୍ଭ ହୋଇଛି। ଏହି ଶିବିର ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସ୍ଥାନରେ କରାଯିବ। ପ୍ରା‌ୟୋଜକଙ୍କ ସହିତ କେତେକ ବିଦ୍ୟାଳୟ ଏବଂ ରାଜ୍ୟ ସଂଘ ନିକଟରୁ ସକାରାତ୍ମକ ସମର୍ଥନ ନମିଳିବା ପରେ ବ୍ୟକ୍ତିଗତ ପ୍ରୟାସରେ ଏହା ଚାଲିଛି ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ଆଗ୍ରହୀ ଖେଳାଳିମାନେ ଏଥିରେ ପ୍ରତ୍ୟେହ ସକାଳେ ସାମିଲ ହୋଇପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର