ରାସ୍ତା ଉପରେ ଜଳିଗଲା ହାଇୱା

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ପାହାଳ ନିକଟରେ ଏକ ବାଲି ବୋଝେଇ ହାଇୱା ଜଳି ଯାଇଛି। ହାଇୱାଟି କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ପାହାଳ ଛକ ନିକଟରେ ହଠାତ୍‌ ଇଂଜିନ୍‌ରୁ ଧୂଆଁ ବାହାରିବା ଦେଖି ଚାଳକ ଓ ହେଲପର୍‌ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ପରେ ହାଇୱାଟି ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇ କଳ୍ପନା ଓ ବାରଙ୍ଗ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ହାଇୱାଟି ସଂପୂର୍ଣ୍ଣ ଜଳି ଯାଇଥିଲା।

ସମ୍ବନ୍ଧିତ ଖବର