ରେଭେନ୍ସା ପାଇଁ…

ଯେତେ କହିଲେ ବି କମ୍ ହେବ
ରେଭେନ୍‌ସାରେ ମୋର ଜେଜେବାପା, ବାପା, ଭାଇ, ମୋର ତିନି ପିଲା ପଢ଼ୁଥିଲେ। ମୁଁ ରେଭେନ୍‌ସ‌ାରେ ୧୯୬୦ରୁ ୬୬ପର୍ଯ୍ୟନ୍ତ ଛାତ୍ର ‌ଥିଲେ। ଓଡ଼ିଶା‌େର ଉଚ୍ଚଶିକ୍ଷାର ବିକାଶ ପାଇଁ ଐତିହାସିକ ରେଭେନ୍‌ସା କଲେଜର ଅବଦାନ ଉଲ୍ଲେଖନୀୟ। ରେଭେନ୍‌ସାରୁ ଅନେକ ଛାତ୍ରଛାତ୍ରୀ ଏବେ ରାଜ୍ୟ, ଦେଶ ତଥା ବିଦେଶରେ ସୁପ୍ରତିଷ୍ଠିତ। ପୂର୍ବ ଅପେକ୍ଷା ଏବେ ରେଭେନସାର ଶିକ୍ଷା ଭିିତ୍ତିଭୂମି ବିକାଶ ହୋଇଛି। ଏବେ ଅନେକ ମେଧାବୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କିନ୍ତୁ ଶିକ୍ଷା ଓ ଗବେଷଣା ପ୍ରତି ପିଲାଙ୍କ ଗଭୀରତା ବଢ଼ୁ। ଏ ଅନୁଷ୍ଠାନ ବିଷୟରେ‌ ଯେତେ କହିଲେ ବି କମ୍ ହେବ।
ପଦ୍ମଶ୍ରୀ ପ୍ରତିଭା ରାୟ, ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା

ରେଭେନସା ପାଇଁ ରାଜନୀତି କରିବାକୁ ସୁଯୋଗ ପାଇଛି
ରେଭେନସା ଓଡିଶାର ଗୌରବମୟ ଶିକ୍ଷାନୁଷ୍ଠାନ। ଏହା ‌ଅନେକଙ୍କୁ ଭଲ ମଣିଷ କରି ଗଢିଛି। ଏହାର ଖ୍ୟାତି ଖାଲି ଦେଶରେ ନୁହେଁ, ବିଦେଶରେ ବି ରହଛି। ଏଭଳି ଅନୁଷ୍ଠାନରେ ପାଠ ପଢିଥିବାରୁ ମୁଁ ଗର୍ବିତ। ରେଭେନସା ପାଇଁ ରାଜନୀତି କରିବାକୁ ସ‌ୁଯୋଗ ପାଇଛି। ଆଜି ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଆୟୋଜନ କରିଥିବା ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛି। ଏହି ଉତ୍ସବରେ ପୁରାତନ ସାଙ୍ଗମାନଙ୍କ ମିଶି ଭାବ ଆଦାନପ୍ରଦାନ ସୁଯୋଗ ପାଇଥିବାରୁ ଅପାର ଆନନ୍ଦ ମିଳୁଛି।
ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ

ରେଭେନ୍ସାର କାନ୍ଥରେ ରହିଛି ଭାରତର ଇତିହାସ
‌େ‌ରଭେନ୍ସା କଲେଜରେ ୧୯୮୫ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତକ କରିଥିଲି। ୩୦ବର୍ଷ ପରେ କଲେଜକୁ ଆସିବାର ଏହା ଏକ ସୁନ୍ଦର ସୁଯୋଗ। ରେଭେନ୍ସାର କାନ୍ଥରେ ଭାରତର ଇତିହାସ ରହିଛି। ରେଭେନ୍ସା‌େର ହେଉଥିବା ତର୍କ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କୁ ଅନେକ କିଛି ଶିଖାଉଥିଲା ଓ ଆଗକୁ ଯିବାକୁ ପ୍ରେରଣା ପ୍ରଦାନ କରୁଥିଲା।
ଦେବାଶିଷ ପାଣିଗ୍ରାହୀ, ନିର୍ଦ୍ଦେଶକ, ଭିଜିଲାନ୍ସ
ଏପରି ଉତ୍ସବ ପ୍ରତିବର୍ଷ ଆୟୋଜନ କରାଯାଉ
୧୯୫୬ରେ ରେଭେନ୍ସା କଲେଜରେ ‌ଯୋଗ ଦେଇଥିଲି। ଏହା ମୋ ପାଇଁ କେବଳ କଲେଜ ନୁହେଁ ଏକ ମନ୍ଦିର। ପୁରାତନ ଛାତ୍ର ସଂସଦର ଏପରି ନିଆରା କାର୍ଯ୍ୟକ୍ରମକୁ ପ୍ରତି ବର୍ଷ ଆୟୋଜନ କରାଯାଉ। ‌େଯଉଁଥିରେ ଆମେ ପୁରାତନ ସାଙ୍ଗମାନଙ୍କ ସହିତ ବର୍ଷରେ ଥରେ ଭେଟ ହୋଇପାରିବୁ।
ଇଂଜିନିୟର ଗୋପଳକୃଷ୍ଣ ବେହେରା, ପୂର୍ବତନ ଶାସନ ସଚିବ

ରେଭେନ୍ସା ମୋ ପରିଚୟ ତିଆରି କରିଛିି
ଆଜିର ଦିନରେ‌ ଯେଉଁ ପରିଚୟ ପାଇଛି, ତାହା ମୋତେ ରେଭେନ୍ସା କଲେଜ ପ୍ରଦାନ କରିଛି। ୧୯୮୧ରୁ ୧୯୮୭ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲି। ରେଭେନ୍ସାର ପାଣିପବନରେ ବଢିବା ସହିତ ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଏହିଠାରୁ ପ୍ରେରଣା ପାଇଥିଲି।
ଅଧ୍ୟାପିକା ପ୍ରତିଭା ରାୟ, ବ‌ିରେନ୍‌ ମିତ୍ର ସ୍ମାରକୀ ମହିଳା କଲେଜ

ବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳୁଛି
ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରିବାରେ ରେଭେନ୍ସା କଲେଜର ଅବଦାନ ଅତୁଳନୀୟ। ଛାତ୍ର ସଂସଦ ପକ୍ଷରୁ ବର୍ଷକୁ ଥରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଅନେକ ପୁରୁଣା ସାଙ୍ଗଙ୍କ ସହିତ ମିଶିବାର ସୁଯୋଗ ମିଳୁଛି। ଏପରି ଉତ୍ସବକୁ ପ୍ରତିବର୍ଷ ଆୟୋଜନ କରାଯାଉ।
ଅର୍ଚ୍ଚନା ନାୟକ, ପୂର୍ବତନ ଛାତ୍ର ସଂସଦ ସଭାନେତ୍ରୀ‌

ଜୀବନର ଲକ୍ଷ୍ୟକୁ ବାଟ ‌େଦଖାଉଥିଲା
ରେଭେନ୍ସାରେ ୧୯୬୮ରେ ନାମ ଲେଖାଇଥିିଲି। ଛାତ୍ର ସଂସଦ ନିର୍ବାଚନ ମୋ ପାଇଁ ଅ‌ଭୁଲା ସ୍ମୃତି ହୋଇରହିଛି। ସେତେବେଳ ଅନେକ ଛାତ୍ର ନେତା ଥିଲେ ବି ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହେଉଥିଲା। ରେଭେନ୍ସାକୁ ଯେଉଁ ଛାତ୍ରଛାତ୍ରୀ ଆସୁଥିଲେ ଜୀବନରେ କିଛି କରିବାର ଲକ୍ଷ୍ୟ ନେଇ ଆସୁଥିଲେ। କଲେଜ ସେମାନଙ୍କୁ ମାର୍ଗ ଦେଖାଉଥିଲା।
ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ, ପୁରାତନ ଛାତ୍ର

କଲେଜ ପଢିବା ଦିନର ସ୍ମୃତି ଉଜ୍ଜୀବିତ ହୋଇଛି
ମେଳା ବୁଲୁଥିବା ବେଳେ ହଜିଯାଇଥିବା ସାଙ୍ଗଙ୍କୁ ପାଇବା ପରେ ଯେମିତି ଲାଗେ ଆଜି ସେମିତି ଲାଗିଛି। ଆଜି ୨୦/୩୦ ବର୍ଷ ତଳର ସ୍ମୃତି ଉଜ୍ଜୀବିତ ହୋଇଛି। କଲେଜ୍ ଦିନର ଅନେକ କଥା ଆଜି ଆଖିରେ ନାଚିଯାଉଛି। ଏତେ ଖୁସି ଲାଗୁଛି ତାକୁ ଭାଷାରେ ବର୍ଣ୍ଣନା କରି ହେଉନାହିଁ। ସତରେ ଏଭଳି ବନ୍ଧୁମିଳନ ଉତ୍ସବ ବ୍ୟକ୍ତି ପାଇଁ ଓ ଅନୁଷ୍ଠାନ ପାଇଁ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ।
ପ୍ରଭାତ ନନ୍ଦ , ୧୯୯୦ ବ୍ୟାଚ୍

ବହୁତ ଖୁସି ଲାଗୁଛି
ଏହି ସମାରୋହରେ ଯୋଗଦେବା ପାଇଁ ଛୁଟି ନେଇ ଦୁବାଇରୁ ଆସିଛି। ଆଜି ବହୁତ ଭଲ ଲାଗୁଛି। ପୁରୁଣା ସାଙ୍ଗମାନଙ୍କୁ ପାଖରେ ପାଇଛି। ‌ଏଭଳି କଲେଜରେ ପଢିଥିବାରୁ ଆଜି ଗର୍ବ ଅନୁଭବ ହେଉଛି। ଏହି ବନ୍ଧୁମିଳନରେ ଆତ୍ମସନ୍ତୋଷ ଲାଭ କରିଛି। ରେଭେନ୍ସା ଦେଶକୁ ଅନେକ ମଣଷ ରତ୍ନମାନ ଦେଇଛି। ଅନେକ ରେଭେନ୍‌ସାଭିନ୍ ଦେଶ ବିଦେଶରେ ନାମ କମାଇଛନ୍ତି।
ପରେଶ ନାଥ, କାର୍ଟୁନିଷ୍ଟ

ଅନୁଷ୍ଠାନ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଉଛି
ଉଚ୍ଚ ଶିକ୍ଷା ପାଇଁ ରେଭେନ୍ସା ଥିଲା ଏକ ମାତ୍ର କଲେଜ ଶିକ୍ଷାନୁଷ୍ଠାନ । ଏହି ଅନୁଷ୍ଠାନରେ ଯେଉଁମାନେ ପଢିଛନ୍ତି ଆଜି ‌ସେମାନେ ଦେଶବିଦେଶରେ ଅ‌ନେକ ସ୍ବନାମ ଓ ସ୍ୁଖ୍ୟାତି ଅର୍ଜନ କରିଛନ୍ତି। ଏହି ଅନୁଷ୍ଠାନ ପ୍ରତି କୃତଜ୍ଞତା ଜଣାଉଛି। ଏହି ବନ୍ଧୁମିଳନ ଉତ୍ସବ ଓ ପୁରତନ ଛାତ୍ରଙ୍କ ସଂପୃକ୍ତି କିପରି ଆଗକୁ ବଢିବ ସେଥି ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ୍।
ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା, ପୂର୍ବତନ ଛାତ୍ର

ଆସନ୍ତାବର୍ଷକୁ ଅଧିକ ବନ୍ଧୁ ଯୋଗଦେବାର ଲକ୍ଷ୍ୟ ରଖିବୁ
ଏମିତି ବନ୍ଧୁମିଳନ ମଝିରେ ମଝିରେ ହେବା ଦରକାର । ରେଭେନ୍ସା ହେଉଛି ଓଡିଶାର ପରିଚୟ। ପୁରାତନ ଛାତ୍ରମା‌ନେ ଯଦି ଏକାଠି ‌େହବୁ ତାହେଲେ ଏହି ଅନୁଷ୍ଠାନର ଉନ୍ନତି ହେବ। ଅଧିକରୁ ଅଧିକ ପୁରୁଣା ଛାତ୍ର ମାନେ ଏକାଠିହେଲେ ଏହି ବନ୍ଧୁମିଳନ ଆହୁରି ଆକର୍ଷଣୀୟ ହେବ। ଏଥିରୁ ତରୁଣମାନଙ୍କୁ ପ୍ରେରଣା ମିଳିବ।
ପ୍ରଭାତ ଦେବତା, ୧୯୯୦ ବ୍ୟାଚ୍‌

ପୁରୁଣା ସ୍ମୃତି ଆଜି ତାଜା ହୋଇଗଲା
ଆଜି ‌େରଭେନ୍ସାଭିଆନଙ୍କୁ ଦେଖି ଆନନ୍ଦରେ ବିଭୋର ହୋଇଯାଇଛି। ଆମ ୧୯୮୮ବ୍ୟାଚର ୧୫ଜଣ ଉପସ୍ଥିତ ଥିଲୁ । କ୍ୟାମ୍ପସରେ ବୁଲି ‌ଫଟୋ ଉଠାଇଲା ‌େବଳେ ଲାଗୁଥିଲା ସତେ ଯେପରି ସେହି ସୂର୍ଯ୍ୟ ଘଣ୍ଟା, ବଗିଚା, ରାସ୍ତା, ଲାଇବ୍ରେରୀ, ଖେଳପଡିଆ, ଟେନିସ୍‌କୋଟର ତୋପ ‌େଯମିତି ମୋ ସଙ୍ଗେ କଥା ହେଉଛନ୍ତି। ପୁରୁଣା ସ୍ମୃତି ଆଜି ପୁଣି ତାଜା ହୋଇଯାଇଛି। ବେଶ୍ ଆନନ୍ଦ ଲାଗୁଛି। ରେଭେନ୍ସା ଆଲୁମିନ୍ ଆସୋସିଏସନ୍‌ ଏଭଳି ବନ୍ଧୁମିଳନର ବ୍ୟବସ୍ଥା କରିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଜଣାଉଛି।
ଡକ୍ଟର ବିଲ୍‌କେଶ ପରବିନ, ୧୯୮୮ ବ୍ୟାଚ୍

ସମ୍ବନ୍ଧିତ ଖବର