ଲୋକାର୍ପିତ ହେଲା ‘ବିଶ୍ବଜିତ ଦାସ’

ଭୁବନେଶ୍ବର: ବିଶିଷ୍ଟ ନାଟ୍ୟକାର ବିଶ୍ବଜିତ ଦାସଙ୍କ ସୃଷ୍ଟି ସମ୍ଭାର ଓ ତାଙ୍କ ନାଟ୍ୟ ପ୍ର‌ୟୋଗ ଧାରା ସମ୍ପର୍କିତ ପୁସ୍ତକ ‘ବିଶ୍ବଜିତ ଦାସ’ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାହିତ୍ୟ ସମାରୋହରେ ଲୋକାର୍ପିତ ହୋଇଛି। ଲେଖକ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ବାରା ରଚିତ ଏହି ପୁସ୍ତକ ସାହିତ୍ୟ ଅକାଡେମି ପକ୍ଷରୁ ପ୍ରକାଶ ପାଇଛି। ପୁସ୍ତକରେ ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ଅନନ୍ୟ ନାଟ୍ୟକର୍ମୀ ସ୍ବର୍ଗତ ବିଶ୍ବଜିତ ଦାସଙ୍କ ଜୀବନ ବୃତ୍ତାନ୍ତଠାରୁ ଆରମ୍ଭ କରି ନାଟ୍ୟକୃତି, ନାଟ୍ୟରୀତି ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖନୀୟ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ନାଟ୍ୟକାର ବିଜୟ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟକାର ଅନନ୍ତ ମହାପାତ୍ର, ଅଜିତ ଦାସ, ନଳିନୀକାନ୍ତ ରାଏ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ତାଙ୍କ ରଚିତ ଚଳଚ୍ଚିତ୍ରର ଗୀତଗୁଡ଼ିକୁ କଣ୍ଠଶିଳ୍ପୀମାନେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ବର୍ଗତ ଦାସଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର