ଶାଶ୍ବତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସମର୍ପଣ ଉତ୍ସବ

ଭୁବନେଶ୍ବର: ଶାଶ୍ବତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଜୟଦେବ ଭବନରେ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁ ନଳିନୀକାନ୍ତ ରଥ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଅର୍ଘ୍ୟରେ ଶିବାଂସୁଙ୍କ କଣ୍ଠରେ ଶ୍ରୀକ୍ରିଷ୍ଣା ଗୋବିନ୍ଦ ଗୀତଟି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ‘ମାଝିରେ…’, ‘ମୁଁ ତ ଥିଲି ଏକୁଟିଆ’, ‘ୟେ ମେରେ ହମ୍‌ ସଫର୍‌’, ‘କହନା ଏ ଫୁଲ କହନା’, ‘ଶିବଲ୍ଲୀ’, ‘ହମେ ତୁମ୍‌ ସେ ପ୍ୟାର୍‌ କିତିନା’, ‘ଆଜି ମୁଁ ଶ୍ରାବଣୀ’, ‘ଜୀବନର ଏଇ ପାନ୍ଥଶାଳା’ ପରି ଅନେକ ସୁମଧୁର ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଅନୁଷ୍ଠାନର କଳାକାର ସୂର୍ଯ୍ୟ, ଶ୍ରେୟାଶ୍ରୀ, ଶ୍ବେତଲିନା, ଭିଭାନ୍‌, ଶ୍ରେୟା, ଖୁସି, ଶିବାଲୀ, ତନିଶା, ସଂସ୍କୃତି, ଇଶା, ଇଶାନୀ, ପୂଜା, ଦର୍ଶା, ପୁଷ୍ପଶ୍ରୀ ଓ ସୁକନ୍ୟା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ବିଶିଷ୍ଟ ତବଲା ବାଦକ ସୁନୀଲ କୁମାର ସାହୁଙ୍କୁ ଗୁରୁ ନଳିନୀକାନ୍ତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଡ୍‌କୋ ମୁଖ୍ୟ ମହାପ୍ରବନ୍ଧକ ବିଜୟ ଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ବିଭୁ ଦାସ, ଗୀତା ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦିକା ତନୟା ଦାସ ସ୍ବାଗତ ଭାଷଣ ଓ ଗୁରୁ ନଳିନୀକାନ୍ତ ରଥ ଧନ୍ୟବାଦ ଦେଇଥିଲେ। ଦେବାଶିଷ ମହାପାତ୍ର ଓ ଶିବାଙ୍ଗୀ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର