shree shree laxmi maa

ଭୁବନେଶ୍ବର: ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଲୀଳାସଙ୍ଗିନୀ ପରାମାରାଧ୍ୟା ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ଙ୍କର ୧୨୬ତମ ଜନ୍ମ ମହୋତ୍ସବ ଉପଲକ୍ଷେ ବାର୍ଷିକ ସତ୍‌ସଙ୍ଗ ଅଧିବେଶନ ୟୁନିଟ-୧ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି। ମାଉସୀ ମା’ ସତ୍‌ସଙ୍ଗ ଭାଇ ଓ ମା’ମାନଙ୍କ ମିଳିତ ସହଯୋଗରେ ୨ ଦିନ ଧରି ଚାଲିଥିବା ଏହି ଅଧିବେଶନରେ ଉଷାକୀର୍ତ୍ତନ, ଉଷାବିନତୀ ପ୍ରାର୍ଥନା, ସାମୁହିକ ଧ୍ୟାନ ଓ ବାଣୀପାଠ ପରେ ଭଜନାଞ୍ଜଳି ଅର୍ପଣ କରାଯାଇଥିଲା। ସେହିପରି ଅପରାହ୍‌ଣରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ, ମାତୃ ସମ୍ମିଳନୀ, ସଂଧ୍ୟା ବିନତୀ ପ୍ରାର୍ଥନା, ଭଜନାଞ୍ଜଳି, ନାମ ସଂକୀର୍ତ୍ତନ ଓ ସଂଧ୍ୟାରେ ସାଧାରଣ ସଭା କରାଯାଇଥିଲା। ଏହି ଅବସରରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅଲୌକିକ ମହିମା ଓ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଏଥିରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର