ସାରସ୍ବତ ସମାଜର କବି-ଲେଖକ ସମାବେଶ

ଭୁବନେଶ୍ବର: ସାରସ୍ବତ ସମାଜ, ଓଡ଼ିଶାର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ଓ କବି-ଲେଖକ ସମାବେଶ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ, ସାମ୍ବାଦିକ ବସନ୍ତ ଦାସ ମୁଖ୍ୟ ଅତିଥି ଓ ସାହିତ୍ୟିକ ବୈଷ୍ଣବଚରଣ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ‘କବିତା ସଙ୍କଳନ-୨୦୧୯’ ଏବଂ ସନ୍ଧ୍ୟାରାଣୀ ପରିଜାଙ୍କ ଲିଖିତ ‘ଇଭ୍‌ର ଅକ୍ଷର’, ‘ନୀଳ ନିର୍ବାଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସଭାପତି ଶ୍ବେତ କୁମାର ଘଡ଼ାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାରସ୍ବତ ସ୍ରଷ୍ଟା ଅନନ୍ତ ଜେନା, ଅନିମା ପଟ୍ଟନାୟକ, ଅନ୍ନପୂର୍ଣ୍ଣା ଭଟ୍ଟ, ମଞ୍ଜୁଳା ତ୍ରିପାଠୀ, ନିଶିକାନ୍ତ କହଲସିଂହ, ପିତାମ୍ବର ପରିଡ଼ା, ପ୍ରିୟରଂଜନ ସାହୁ, ରଜନୀକାନ୍ତ ପଟ୍ଟନାୟକ, ସନ୍ଧ୍ୟାରାଣୀ ପୃଷ୍ଟି, ଟୁଟୁ ବାବୁ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସଭାପତି ନିଖିଳ କୁମାର ବଳବନ୍ତରାୟ, ସଂଗଠନ ସମ୍ପାଦକ ଇଂ ଭାଗୀରଥି ସେଠୀ, ମୁଖ୍ୟ ସଂଚାଳକ ନିରଂଜନ ଚନ୍ଦ୍ର ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ରବିନାରାୟଣ ରାୟଙ୍କ ଅଧ୍ୟକ୍ଷତାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର