ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଚକେଇସିଆଣିସ୍ଥିତ ଡିଏନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ହେଉଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମକୁ ସା˚ସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟନ କରି କହିଲେ, ଜନକଲ୍ୟାଣ ଉପରେ ପର୍ଯ୍ୟବସିତ ୩୬ଟି ବିଲ୍‌ ପାସ୍‌ ହେବା ଭାରତୀୟ ସ˚ସଦୀୟ ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ତିନି ତଲାକଠାରୁ ଆରମ୍ଭ କରି ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ଐତିହାସିକ ଘଟଣାବଳୀ ଉପରେ ଅନୁଷ୍ଠିତ ହେଉଥିବା ଏହି ତିନିଦିନିଆ ପ୍ରଦର୍ଶନୀ ଆବାଳ ବୃଦ୍ଧବନିତାଙ୍କୁ ସଚେତନ କରାଇବାରେ ସହାୟକ ହେବ। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହରପ୍ରସାଦ ଦାସ ଯୋଗଦେଇ କହିଲେ, ସ୍ବାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତବର୍ଷରେ ମିଶାଇବା ପାଇଁ ଲୌହମାନବ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। କାର୍ଯ୍ୟକ୍ରମରେ ଆଞ୍ଚଳିକ ଲୋକସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମାରୋହରେ ପୂର୍ବତନ କର୍ପୋରେଟର ନିର୍ମଳ ରାଉତ, ଉତ୍ତର ଭୁବନେଶ୍ବରର ସା˚ସଦ ପ୍ରତିନିଧି ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଏକତା ଦିବସ ଏବ˚ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସଂପର୍କିତ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଆୟୋଜନ ହୋଇଛି।

ସମ୍ବନ୍ଧିତ ଖବର