ସ୍ବରବର୍ଣ୍ଣର କବିତା ଆସର

ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ‘ସ୍ବରବର୍ଣ୍ଣ’ର କବିତା ଆସର ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି। କବି ସୂର୍ଯ୍ୟ ମିଶ୍ର ଓ କଥାକାର ଡ. ଅଜୟ ସ୍ବାଇଁ କାର୍ଯକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଫକୀର ମୋହନ ସେନାପତି, ମଧୁସୂଦନ ରାଓ, ଗୋଦାବରୀଶ ମିଶ୍ର, ଗୁରୁ ପ୍ରସାଦ ମହାନ୍ତି, ସଚ୍ଚି ଉତରାୟ, ଭାନୁଜୀ ରାଓ, ରମାକାନ୍ତ ରଥଙ୍କ ରଚିତ କବିତା ଆବୃତ୍ତି କରାଯାଇଥିଲା। ଆଶିଷ ମିତ୍ର, ଦିପୁନ୍‌ ପୁହାଣ, ପ୍ରିୟରଂଜନ ମହାନ୍ତି, ନେତାଜୀ ଅଭିନନ୍ଦନ, ଭାଗ୍ୟଲିପି ମଲ୍ଲ, ଶୁଭଶ୍ରୀ ଶୁଭସ୍ମିତା, ତନ୍ଦ୍ରାଳସା ଦାସ, ବେଦପ୍ରକାଶ ମହାନ୍ତି, ସୌଦାମିନୀ ବେହେରା କବିତା ପାଠ କରିଥିଲେ। ଅନୁଷ୍ଠାନର ସମ୍ପାଦକ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର