ସ୍ବୟଂସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଯାଉ: ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶା ଏହାର ଖାଦ୍ୟ ମାଧ୍ୟମରେ ବିଶ୍ବରେ ନିଜର ବାଣିଜ୍ୟ ବିସ୍ତାର କରିବାର କ୍ଷମତା ରଖିଛି। ବିଶେଷକରି ସ୍ବୟଂସହାୟକ ଗୋଷ୍ଠୀ ଯେଉଁ ସାମଗ୍ରୀ ଉତ୍ପାଦନ କରୁଛନ୍ତି ତାହାକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଦରକାର। ଏଥିପାଇଁ ୱାର୍ଲଡ ଟ୍ରେଡ୍ ସେଣ୍ଟର (ବିଶ୍ବ ବାଣିଜ୍ୟିକ ସଂଗଠନ) ପଦକ୍ଷେପ ନେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ୱାର୍ଲଡ ଟ୍ରେଡ୍ ସେଣ୍ଟର ପକ୍ଷରୁ ୱାର୍ଲଡ ଟ୍ରେଡ୍‌ ଡେ ପାଳନ ଅବସରରେ ରାଜ୍ୟପାଳ ଶ୍ରୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ଏଥିରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ‘ଆମେ ଓଡିଶାକୁ ଏକ କ୍ଷୁଦ୍ର ଏବ˚ ମଧ୍ୟମ ବାଣିଜ୍ୟ ଅନୁକୂଳ ପରିବେଶ ତିଆରି କରିବା ପାଇଁ ପ୍ରତିବଦ୍ଧ। ଆମର ସିଙ୍ଗଲ ୱିଣ୍ତୋ କ୍ଲିୟରାନ୍ସ ବ୍ୟବସ୍ଥା ଅତି ଉଚ୍ଚକୋଟିର। ଏହାଦ୍ବାରା ବହୁ ସଂସ୍ଥା ଓଡ଼ିଶାରେ ବ୍ୟବସାୟ କରିବାକୁ ଆଗ୍ରହୀ। କାର୍ଯ୍ୟକ୍ରମରେ ଏମ୍‌ଏସ୍ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌.ଏନ୍ ଗୁପ୍ତା, ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ, ୱାଲ୍ଡ ଟ୍ରେଡ୍‌ ସେଣ୍ଟର ମୁମ୍ବାଇର ବରିଷ୍ଠ ନିର୍ଦ୍ଦେଶକ ରୂପା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୱାର୍ଲଡ ଟ୍ରେଡ୍ ସେଣ୍ଟର, ଭୁବନେଶ୍ବରର ଅଧ୍ୟକ୍ଷ ସୋମେଶ ବାତ୍ରା ସ୍ବାଗତ ଭାଷଣ ଦେଇଥିବାବେଳେ ସଂସ୍ଥାର ଉପାଧ୍ୟକ୍ଷ ବିଜୟ କଳାନ୍ତ୍ରି ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଡବ୍ଲ୍ୟୁଟିସି ସହ ହାରୋ, ସି ଫୁଡ୍‌ ଏକ୍ସପୋର୍ଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓଡ଼ିଶା ରିଜିଅନ୍, ବାଟୋଇ ସିଷ୍ଟମ୍୍‌ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା। କାର୍ଯ୍ୟକ୍ରମ‌େର ଡବ୍ଲ୍ୟୁଟିସି ଭୁବନେଶ୍ବରର ଟୁରିଜିମ୍ ଥିମ୍ ଟ୍ୟାଙ୍କ ସଂଯୋଜକ ଜେ.କେ ମହାନ୍ତି, ଷ୍ଟାର୍ଟଅପ୍, ଇନୋଭେସନ ଆଣ୍ଡ ଟେକ୍ନୋଲୋଜି ଥିଙ୍କ ଟ୍ୟାଙ୍କ ସଂଯୋଜକ ଅଶ୍ବିନୀ ରଥ, ସ୍ମାର୍ଟସିଟି ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ ଥିଙ୍କ ଟ୍ୟାଙ୍କ ମହେନ୍ଦ୍ର ଗୁପ୍ତା, ଏଗ୍ରିକଲଚର୍ ଆଣ୍ଡ ଫୁଡ୍‌ ପ୍ରୋ‌ସେସିଂ ଥିଙ୍କ ଟ୍ୟାଙ୍କ ପ୍ରଦୀପ୍ତ ମହାନ୍ତି, ଓମେନ୍ ଫୋରମ୍ ଥିଙ୍କ ଟ୍ୟାଙ୍କ ସଂଘମିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ‌

ସମ୍ବନ୍ଧିତ ଖବର