୧୦ରୁ ୮ମ କଳିଙ୍ଗ ସାହିତ୍ୟ ମହୋତ୍ସବ ; ଯୋଗଦେବେ ଫାରୁକ ଧୋଣ୍ଡେ, ଗୁଲଜାର

ଭାରତୀୟ ମାଇକ୍ରୋ ବ୍ଲଗିଂ ଆପ୍ 'କୁ' ସୋସିଆଲ ମିଡିଆ ସହଯୋଗୀ

ଭୁବନେଶ୍ୱର :  ଆସନ୍ତା ୧୦ରୁ ୧୨ ତାରିିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ବା ସାହିତ୍ୟ ମହୋତ୍ସବ । ଫାରୁଖ ଧୋଣ୍ଡି, ଟ୍ରେସି ସେଭାଲିଏର ଏବଂ ଲୁଇ ୱେଲଶଙ୍କ ଭଳି ବିଶିଷ୍ଟ ଲେଖକଗଣ, ଗୀତିକାର ଗୁଲଜାର ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ ପ୍ରମୁଖ ଏହି ତିନିଦିନିଆ ଉତ୍ସବରେ ଉପସ୍ଥିତ ରହିବା ଆଶା କରାଯାଉଛି ।

ଏହି ମହୋତ୍ସବ ପାଇଁ ଭାରତର ବହୁଭାଷୀ ଅଣୁ-ବ୍ଲଗିଂ ପ୍ଲାଟଫର୍ମ ‘କୁ’ ଆପ୍‍କୁ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ସହଯୋଗୀ ଭାବରେ ମନୋନୀତ କରାଯାଇଛି । ଏହି ଉତ୍ସବ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ ପରମ୍ପରା ପାଳନର ଏକ ଅବସର ଏବଂ ଯୁବପିଢିଙ୍କ ମଧ୍ୟରେ ପଠନ ଅଭ୍ୟାସ ଅନ୍ତର୍ନିବେଶ କରିବା ଏହାର ଲକ୍ଷ୍ୟ । ଭାରତର ଅନ୍ୟତମ ସର୍ବବୃହତ ସାହିତ୍ୟ ଉତ୍ସବ ଭାବରେ ବିବେଚିତ କେଏଲଏଫ ୨୦୨୧ର ବିଷୟବସ୍ତୁ ରଖାଯାଇଛି- ଇଣ୍ଡିଆ ଆଟ୍‍ ୭୫: କମେମୋରେଟିଂ ଦି ରିପବ୍ଲିକ ଅଫ ଲେଟର୍ସ ।   ଭର୍ଚୁଆଲ ପଦ୍ଧତିରେ ଏହି ମହୋତ୍ସବ ଚଳିତ ଡିସେମ୍ବର ମାସ ୧୭ରୁ ୧୯ ପର୍ଯ୍ୟନ୍ତ ମଧ୍ୟ ଆୟୋଜିତ ହେବ ।

ହ୍ୟାଣ୍ଡଲ @KalingaLitfest ଏବଂ ହାସଟ୍ୟାଗ #KLF2021 କୁ ବ୍ୟବହାର କରି କେଏଲଏଫ ପକ୍ଷରୁ କୁ ଆପ୍‍ ଜରିଆରେ କୁହାଯାଇଛି ଯେ ୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଆପଣଙ୍କୁ ସାହିତ୍ୟିକ ମନୋଭାବର ଏହି ସର୍ବବୃହତ ଉତ୍ସବ ପାଳନକୁ ସ୍ୱାଗତ କରୁଛି । କେଏଲଏଫ ୨୦୨୧ରେ ବିଶିଷ୍ଟ ଭାରତୀୟ ଏବଂ ଆନ୍ତର୍ଜାତୀୟ ବକ୍ତାମାନଙ୍କୁ ନେଇ ସାଂସ୍କୃତିକ ଜାତୀୟତାବାଦ, ଗଣତନ୍ତ୍ର, ଶାନ୍ତି ସ୍ଥାପନ, ବିଦ୍ୱେଷ ସମାଧାନ ଏବଂ ନାଗରିକଙ୍କୁ ନିୟୋଜିତ କରି ରଖିବା ଆଦି ଉପରେ ଏକାଧିକ ଅଧିବେଶନ ଆୟୋଜିତ ହେବ ।

ସମ୍ବନ୍ଧିତ ଖବର