ଯୁବକଙ୍କ ଆକାଉଣ୍ଟ୍‌ରୁ ଉଡ଼ିଗଲା ୧.୩୫ ଲକ୍ଷ

ଭୁବନେଶ୍ବର: ରାଜଧାନୀର ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ସେ ହେଲେ, ୟୁନିଟ୍‌-୨ ଅଞ୍ଚଳରେ ରହୁଥିବା ଯାଜପୁର ପାଣିକୋଇଲି ଅଞ୍ଚଳର ପ୍ରକାଶ କୁମାର ମୁଦୁଲି। ଅଭିଯୋଗ ଅନୁସାରେ, ପ୍ରକାଶ ଆଜି ମୋବାଇଲ ଫୋନରେ ଅନଲାଇନ ସପିଂ ସାଇଟ୍ ସର୍ଚ୍ଚ କରୁଥିଲେ। ସେ ଏକ ଜୋତା ଦେଖିଥିଲେ। କିଛି ସମୟ ପରେ ତାଙ୍କ ହ୍ବାଟ୍‌ସଆପ୍‌କୁ ଏକ ଅଜଣା ମୋବାଇଲ ନମ୍ବରରୁ ଲିଙ୍କ ଆସିଥିଲା। ଏହି ଲିଙ୍କକୁ ସେ ଓପନ୍ କରିବାରୁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩୫ ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ସେ ପ୍ରଥମେ ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ କରିଥିଲେ। ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର