ଚାକିରି ନାଁରେ ଦେଢ଼ ଲକ୍ଷ ଚଳୁ

ଧଉଳି: ଚାକିରି କରାଇ ଦେବାକୁ କହି ଜଣେ ଧୂର୍ତ୍ତ ବହୁ ବେକାର ଯୁବକ/ଯୁବତୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ମାରିଛି। ଏ ସଂପର୍କରେ ଠକାମିର ଶିକାର ହୋଇଥିବା କନ୍ଧମାଳ ଜିଲ୍ଲାର ଫିରୋଜ ନାୟକ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଫିରୋଜ ତାଙ୍କଠାରୁ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିଥିଲା। କିନ୍ତୁ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଥିବାରୁ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି। ତେଣୁ ଫିରୋଜ କୋର୍ଟର ଆଶ୍ରୟ ନେଇଛନ୍ତି।

ଫିରୋଜଙ୍କ ଅଭିଯୋଗ ହେଲା, କନ୍ଧମାଳ ଜିଲ୍ଲାରେ ଏକ ଅଫିସ୍‌ ଖୋଲି ଉକ୍ତ ଯୁବକ ଓ ତା’ର କିଛି ସହଯୋଗୀ ବେକାର ଯୁବକ/ଯୁବତୀଙ୍କୁ ଟାର୍ଗେଟ୍‌ କରିଥିଲେ। ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରାଇ ଦେବାର ଲୋଭ ଦେଖାଇ ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ତେବେ ଦୀର୍ଘ ଦିନ ଧରି ଚାକିରି ନ ମିଳିବାରୁ ଆଶାୟୀ ଯୁବକ/ଯୁବତୀମାନେ ବାରମ୍ବାର ପଚରାଉଚରା କରିବାରୁ ସେ ଓ ତା’ ସହଯୋଗୀ କନ୍ଧମାଳ ଅଫିସ୍‌ ବନ୍ଦ କରି ଭୁବନେଶ୍ବର ଚାଲି ଆସିଥିଲେ। ଏଠାରେ ଧଉଳି ଥାନା ଅଧୀନ ନୂଆଗାଁ ବଳରାମ ବିହାର ଲେନ୍‌-୨‌ରେ ଆଉ ଏକ ଅଫିସ୍‌ ଖୋଲି ପୁଣି ଠକିବା ପାଇଁ ଯୋଜନା ଚଳାଇଥିଲା। ଖବର ପାଇ ଠକାମିର ଶିକାର ଯୁବକ/ଯୁବତୀ ଉକ୍ତ କାର୍ଯ୍ୟାଳୟ ଘେରିଥିଲେ।

ସମ୍ବନ୍ଧିତ ଖବର