ଭୁବନେଶ୍ବର: ଅଗ୍ରପୂଜ୍ୟଙ୍କୁ ପୂଜିବା ପାଇଁ ପୂଜା ମଣ୍ଡପରୁ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ। ତେବେ ବୁଦ୍ଧି ଓ ସୃଜନର ଦେବତାଙ୍କୁ ନିଜ ସୃଜନ ପ୍ରତିଭା ବଳରେ ଅତି କ୍ଷୁଦ୍ର ରୂପରେ ଗଢ଼ି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବିକେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ର ସ୍ବାଧୀନ ମଲ୍ଲିକ। ସେ ୧ ଇଞ୍ଚରୁ କମ୍ ତଥା ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚର ଗଣେଶ ମୂର୍ତି ନିର୍ମିତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ହରିଆ ଗ୍ରାମର ସ୍ବାଧୀନ ଆପ୍ଲାଏଡ୍ ଆର୍ଟ ବିଭାଗର ଚତୁର୍ଥ ବର୍ଷର ଛାତ୍ର ଭାବେ ଅଧ୍ୟୟନରତ। ସେ ଏହି କ୍ଷୁଦ୍ର ମୂର୍ତି ନିର୍ମାଣ କରିବା ସମ୍ପର୍କରେ ନିଜ ମତ ରଖି କହିଛନ୍ତି, ଏହି ମୂର୍ତି ଗଢ଼ିବା ଏତେ ସହଜ ନଥିଲା। ୧୨ ଘଣ୍ଟା ପରିଶ୍ରମ ପରେ ଏଭଳି ମୂର୍ତି ନିର୍ମାଣ ସମ୍ଭବ ହୋଇପାରିଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତିରେ ପୋଷ୍ଟର ରଙ୍ଗ ବ୍ୟବହାର କରାଯାଇଛି। ଏଭଳି ମୂର୍ତି ନିର୍ମାଣ କରି ସେ ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି।
ଫଳ ବଜାର ସରଗରମ୍
ଏବେ ପାର୍ବଣ ଋତୁ ଆସି ଯାଇଥିବାରୁ ଫଳ ଦାମ୍ ସାମାନ୍ୟ ବଢ଼ିଯାଇଛି। ସେଓ କିଲେପିଛା ୨୦ରୁ ୩୦ ଟଙ୍କା ଲେଖାଏଁ ବଢ଼ି ୧୨୦-୧୩୦ ଟଙ୍କାରେ ପହଞ୍ଚିଛି। କଦଳୀ ଡଜନକୁ ୬୦-୭୦ ଟଙ୍କା, ଅଙ୍ଗୁର ୩ ଶହ ଟଙ୍କା ରହିଛି। କାଲି ପୂଜାରେ କଳସରେ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ପଇଡ଼ର ଦାମ୍ ୧୫ରୁ ୨୦ଟଙ୍କା ରହିଛି। ସେହିପରି ନଡ଼ିଆ ୧୫ରୁ ଆରମ୍ଭ କରି ୩୦ଟଙ୍କା ପର୍ଯ୍ୟନ୍ତ ରହିଛି। ଆଜି ସକାଳୁ ପଇଡ଼ ଦୋକାନ ଖୋଲିଥିବା କୁନ୍ତା ଦେଇ କହିଛନ୍ତି, ନଡ଼ିଆ ଓ ପଇଡ଼ ବ୍ୟବସାୟ ସବୁବେଳେ ଭଲ ହେଉଥିଲେ ମଧ୍ୟ ଏହି ପୂଜା ପାର୍ବଣ ଦିନରେ ବହୁତ ବଢ଼ିଯାଏ। ଏଣୁ ଏହି ଦିନରେ ଫଳର ଦାମ୍ ଟିକେ ଅଧିକ ରୁହେ। ପୁଣି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି ଦାମ୍ ଆଉ ଖସିବନି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/shsrhsfhfshfshfshfhtehth.jpg)