ଚନ୍ଦ୍ରଶେଖରପୁର: ଶୈଳଶ୍ରୀବିହାର ଅଞ୍ଚଳସ୍ଥିତ ଏକ ବସ୍ତିରେ ଘର କରିବା ପାଇଁ ପ୍ଲଟ ଯୋଗାଇ ଦେବା ବାହାନାରେ ଜଣେ ଠକ ୪ ଜଣ ମହିଳାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଛି। ଠକାମିର ଶିକାର ହୋଇଥିବା ୪ ମହିଳା ଅନ୍ନପୂର୍ଣ୍ଣା ମାହାଳି, ରାନୀ ପ୍ରିୟଦର୍ଶିନୀ ନାୟକ, ଭାରତୀ ନାୟକ ଓ ତୁଳସୀ ମୁର୍ମୁ ଏବେ ପ୍ଳଟ ନପାଇ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ହୋଇଥିବାବେଳେ ବସ୍ତିରେ ତାଙ୍କର ବେଶ୍ ଦବ୍ଦବା ରହିଛି। ତାଙ୍କ ଜରିଆରେ ବସ୍ତିରେ ପ୍ଲଟ୍ କାରବାର ହୁଏ ବୋଲି ଜାଣିବା ପରେ ସେମାନେ ତାଙ୍କୁ ଟଙ୍କା ଦେଇଥିଲେ। ମାତ୍ର ଏବେ ସେ ନା ପ୍ଳଟ ଦେଉଛନ୍ତି ନା ଟଙ୍କା ଫେରାଉଛନ୍ତି। ବରଂ ଟଙ୍କା ମାଗିଲେ ପାଲଟା ଧମକ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ପେଟପାଟଣା ପାଇଁ ରାଜଧାନୀକୁ ଧାଇଁ ଆସିଥିବା ଏଭଳି ଗରିବ ଲୋକମାନେ ବସ୍ତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଚାହୁଥିବାବେଳେ ଦଲାଲମାନେ ତାଙ୍କୁ ଏମିତି ଶୋଷଣ କରୁଛନ୍ତି।
ବସ୍ତିରେ ପ୍ଲଟ ଦେବା ନାଁରେ ଦେଢ଼ ଲକ୍ଷ ଚଳୁ, ଥାନା ଦୁଆରେ ୪ ମହିଳା
/sambad/media/post_attachments/wp-content/uploads/2020/01/fraud-navbharattimes.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)