ଭରତପୁର ଅଞ୍ଚଳରେ ପୁଲିସର ଚଢ଼ାଉ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ମାଆପୁଅ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି। ଏଥିସହ ଏହି ଘଟଣାରେ ଜଡ଼ିତ ମାଆପୁଅଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି।

ମା ଓ ପୁଅ ଦୁହେଁ ଭରତପୁର ଘରେ ଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିଲେ। ଏନେଇ ପୁଲିସ ପାଖରେ ଖବର ଥିଲା। ଏହାପରେ ଭରତପୁର ଥାନା ପୁଲିସ୍ ଚଢ଼ାଉ କରିଥିଲା। କୋଳଥିଆ ଛକରୁ ଉଭୟଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାଆପୁଅ ହେଲେ ମମତା ମହାପାତ୍ର ଓ ଭବାନୀ ଶଙ୍କର ମହାପାତ୍ର। ସେମାନଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ବୋଲି ଜଣାଯାଇଛି। ଉଭୟେ ଚନ୍ଦକା ଅଞ୍ଚଳରେ ରହୁଥିଲେ। ବିକ୍ରି ପାଇଁ ଯିବା ବେଳେ ଉଭୟଙ୍କୁ ପୁଲିସ ଧରିଛି।

ସମ୍ବନ୍ଧିତ ଖବର