ଭୁବନେଶ୍ବର: ପୁସ୍ତକ ମେଳାରେ ‘ଶାନ୍ତିସେନା ପୁସ୍ତକ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦ ଲେଖକଙ୍କ ୧୦ଟି ଆଧୁନିକ ଓ କ୍ଷୁଦ୍ରଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଉନ୍ମୋଚିତ ପୁସ୍ତକଗୁଡ଼ିକ ହେଲା, ‘ନିର୍ବାଚିତ ଗଳ୍ପ’, ‘ଦ୍ବିତୀୟ ପୁରୁଷ’, ‘ଜାଇଫୁଲ ମହକିଲା’, ‘ମାୟା ମରୀଚିକା’, ‘ସ୍ମର ହରଶଙ୍କର’, ‘ହଜିଯାଉଥିବା ଲୋକମାନେ’, ‘ସୌରଭ ଆମ ମାଟିର’, ‘ମ୍ଲାନ ମୂର୍ଚ୍ଛନା’, ‘ଛନ୍ଦ ବିଛନ୍ଦର ସମାହାରେ’ ଓ ‘ଗୀତି ସ୍ରୋତସ୍ବିନୀ’ ପ୍ରମୁଖ।
ସାହିତ୍ୟିକ ଦାଶ ବେନହୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାରସ୍ବତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଧନଞ୍ଜୟ ସ୍ବାଇଁ, ଗାଳ୍ପିକ ଅନୀଲ କୁମାର ପାଢ଼ୀ, ସମୀକ୍ଷକ ଗୋପାଳ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ପ୍ରକାଶକ ରଜତ ରଶ୍ମି ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଭାତୀ ଜେନା ସଂଯୋଜନା କରିଥିଲେ।