ନନ୍ଦନକାନନ ଦୁଇ ଦିନରେ ୨ କୁଜି ହରିଣ, ୮ ଚିତ୍ରାହରିଣ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନରେ ୧୦ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି। ମରିଥିବା ପ୍ରାଣୀଙ୍କ ମଧ୍ୟରୁ ୬୮ ନମ୍ବର ‘ଖ’ ଖୁଆଡ଼ରେ ଶୁକ୍ରବାର ଦୁଇଟି ମାଈ କୁଜି ହରିଣ ଓ ୬୭ ନମ୍ବର ‘କ’ ଖୁଆଡ଼ରେ ଥିବା ଦୁଇଟି ମାଈ ଚିତ୍ରାହରିଣଙ୍କ ମୃତ୍ୟୁ ପରେ ଶନିବାର ପୁଣି ୬ଟି ଚିତ୍ରା ହରିଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରରୁ ସାହାଣା ଓ ବଜବଜିଆ ରୋଗର ମିଶ୍ରିତ ଲକ୍ଷଣ ମିଳିଥିବା ଓୟୁଏଟି ପ୍ରାଣୀ ନିଦାନ ବିଭାଗର ମୁଖ୍ୟ ପ୍ରଫେସର ଡ. ସୁଶେନ ପଣ୍ଡା କହିଛିନ୍ତି। ଏହି ରୋଗ ତୃଣଭୋଜି ପ୍ରାଣୀ ମାନଙ୍କଠାରେ ହୋଇଥାଏ। ସଂକ୍ରମିତ ପ୍ରାଣୀ ଦୁର୍ବଳ ହେବା ସହ ଛୋଟେଇ ଚାଲନ୍ତି। ମାନ୍ଦାଳିଆ ହୋଇ ଶୋଇ ରହିବା ସହ ମୃତ୍ୟୁବରଣ କରନ୍ତି। ୨୦୧୫ରେ ଏଭଳି ଆକ୍ରାନ୍ତ ହୋଇ ନନ୍ଦନକାନନରେ ଅନେକ ଚଉଶିଙ୍ଗା ହରିଣଙ୍କ ମୃତ୍ୟୁ ହୋଇ ସଂଖ୍ୟା ଦୁଇ ଅଙ୍କରୁ ତଳକୁ ଖସି ଆସିଥିଲା। ଏବେ ନନ୍ଦନକାନନର କୁଜି ହରିଣ ସଂଖ୍ୟା ୫୦କୁ ହ୍ରାସ ପାଇଥିବା ବେଳେ ଚିତ୍ରାହରିଣ ସଂଖ୍ୟା ଶତାଧିକ ରହିଛି।

ସମ୍ବନ୍ଧିତ ଖବର