ଘରୋଇ ଚ୍ୟାନେଲ୍‌ ନାଁରେ ୧୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଚନ୍ଦ୍ରଶେଖରପୁର: ସ୍ଥାନୀୟ ବିଡିଏ ଅଞ୍ଚଳର ଜଣେ ଯୁବକ ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନାରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ ନାଁରେ ୧୦ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ଯୁବକ ଜଣଙ୍କ ହେଲେ ତୋଫାନ କୁମାର ଜେନା। ସେ ଏକ ଟ୍ରଭେଲ ଏଜେନ୍ସି ଚଳାନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ନୀଳାଦ୍ରିବିହାରରେ ଥିବା ଏକ ଟିଭି ଚ୍ୟାନେଲ୍‌ ତାଙ୍କୁ କିଛି ଗାଡ଼ି ଭଡ଼ାରେ ମାଗିଥିଲା। ସେ ଗାଡ଼ି ଉକ୍ତ ଚ୍ୟାନେଲ୍‌ରେ ଲଗାଇଥିଲେ। ଉକ୍ତ ଚ୍ୟାନେଲ୍‌ ଗତ ଏକ ବର୍ଷ ହେବ ଉକ୍ତ ସ୍ଥାନରୁ ସଂସ୍ଥା ବିକ୍ରି କରି ଯିବାପରେ ତାଙ୍କୁ କିଛି ମାସ ପରେ ଟଙ୍କା ଦେବ ବୋଲି କହିଥିଲା। ହେଲେ ଟଙ୍କା ନଦେଇ ବାରମ୍ବାର ଠକିବାରୁ ଶେଷରେ ତୋଫାନ ଆଜି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଚ୍ୟାନେଲର ଦିଲ୍ଲୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଘଟଣାର ତଦନ୍ତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର