ଭୁବନେଶ୍ବର: ଡାକ ଟିକେଟ ସଂଗ୍ରହ ଓ ‘ଫିଲାଟେଲି’ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ‘ଦୀନ୍ ଦୟାଲ ସ୍ପର୍ଶ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ‘ଫିଲାଟେଲି’ ବା ଡାକ ଟିକେଟ ସଂଗ୍ରହ କେବଳ ଏକ ଅଭ୍ୟାସ ନୁହେଁ, ଏହା ଦ୍ବାରା ଡାକ ଟିକେଟ ପ୍ରକାଶ ପାଇଥିବା ସମୟର ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା ଓ ରାଜନୈତିକ ବାସ୍ତବତା ବିଷୟରେ ସବିଶେଷ ବିବରଣୀ ମିଳେ। ଏଥିପାଇଁ ଏହି ପାଠ୍ୟକ୍ରମକୁ ସୁଦୂରପ୍ରସାରୀ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଛି। ଦୀନ ଦୟାଲ ସ୍ପର୍ଶ ଯୋଜନା ୨୦୧୮-୧୯ ଅଧୀନରେ ଆଜି ୧୦ଜଣ ଶିକ୍ଷାର୍ଥୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ଆଜି ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟଠାରେ ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲାଙ୍କ ସଭାପତିତ୍ବରେ ଆୟୋଜିତ ଏକ ପୁରସ୍କାର ବିତରଣ ସମାରୋହରେ ଏହା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ସହଦେବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାଡାକପାଳ ଜଳେଶ୍ବର କହ୍ନାର, ସମ୍ବଲପୁର ମହାଡାକପାଳ ଲଳିତେନ୍ଦୁ ପ୍ରଧାନ, ପୋଷ୍ଟାଲ ସର୍ଭିସେସ୍ର ନିର୍ଦ୍ଦେଶକ ଜି. ଗୁରୁନାଥନ୍ ଓ ପୋଷ୍ଟାଲ ଆକାଉଣ୍ଟ୍ସ୍ର ନିର୍ଦ୍ଦେଶିକା ଲୋପାମୁଦ୍ରା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
୧୦ଜଣ ପାଇଲେ ଦୀନଦୟାଲ ସ୍ପର୍ଶ ସ୍କଲାର
/sambad/media/post_attachments/wp-content/uploads/2018/12/Untitled-12-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)