ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ପାଇଁ ପାର୍କିଂ ଓ ଟ୍ରାଫିକ୍ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଆଜି ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଆଲୋଚନା କରିଛନ୍ତି। ଏଥିରେ ବିଶେଷକରି ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଆଦି ବିଷୟରେ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାର ଥିବାରୁ ଏହାକୁ ଲକ୍ଷ୍ୟ ରଖି ଯିବା ଆସିବା ସୁବିଧା ନିମନ୍ତେ ଯାତ୍ରାର ପୂର୍ବ ଦିନ ସନ୍ଧ୍ୟାରୁ କେତେକ ରାସ୍ତାକୁ ସିଲ କରାଯିବ। ଡାକରା ବିଭୀଷଣେଶ୍ବର ମନ୍ଦିର, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକ, ହାଟ ସାହି, କୋଟି ତୀର୍ଥେଶ୍ବର ଗଳିରୁ ରାସ୍ତା ସିଲ କରାଯିବ। ବିଭିନ୍ନ ଗାଡ଼ି ମଟର ରଖିବା ପାଇଁ ୧୦ଟି ସ୍ଥାନ ଚିହ୍ନଟ କରାଯାଇଛି। ଗଙ୍ଗା ଯମୁନା ନିକଟ, ବିଏମ୍ ହାଇସ୍କୁଲ, ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟ, ଡାକବଙ୍ଗଳା, କୋଟିତୀର୍ଥେଶ୍ବର ମନ୍ଦିର ନିକଟ ପଡ଼ିଆ, ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ, ବାସୁଦେବ ମନ୍ଦିର ପଛ, ବାସୁଦେବ ମନ୍ଦିର କଡ଼, ନୂଆ ଲିଙ୍ଗରାଜ ମାର୍କେଟ ନିକଟରେ ଯାନବାହାନ ରଖାଯିବାପାଇଁ ସ୍ଥିର କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏମ୍ସି ଅତିରିକ୍ତ କମିସନର ଅବନୀ ପଟ୍ଟନାୟକ, ଏସିପି ବିଷ୍ଣୁପ୍ରସାଦ ପାତ୍ର, ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ତେବେ ପୁଲିସ କମିସନରଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ଘୋଷଣା କରାଯିବ। ଲୋକଙ୍କ ଜାଣିବା ପାଇଁ ଯଥେଷ୍ଟ ପୂର୍ବରୁ ଅନଲାଇନ୍ ଯୋଗେ ଏହାକୁ ସର୍ବସାଧାରଣଙ୍କୁ ଜଣାଇ ଦିଆଯିବ। ସେହିପରି ଆଜି ବିଭିନ୍ନ ସେଚ୍ଛାସେବୀମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି।
ମହାଶିବରାତ୍ରି ପାଇଁ ୧୦ଟି ସ୍ଥାନରେ ହେବ ପାର୍କିଂ
/sambad/media/post_attachments/wp-content/uploads/2019/12/14-lLINGARAJ-NIGHT-VIEW-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)