୧୦ ବସ୍ତିରେ ଖୋଲିବ ୪୦ ବାୟୋ ଟଏଲେଟ୍

ଭୁବନେଶ୍ବର: ରୋଟାରି ଇଣ୍ଟରନେସନାଲ ସହାୟତାରେ ରାଜଧାନୀର ୧୦ଟି ବସ୍ତିରେ ମହିଳାଙ୍କ ପାଇଁ ୪୦ଟି ବାୟୋ ଟଏଲେଟ୍‌ ଖୋଲାଯିବ। ମହିଳା ମଣ୍ଡଳଙ୍କ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ଟଏଲେଟ୍‌ ଦ୍ବାରା ୫ହଜାର ମହିଳା ଉପକୃତ ହୋଇପାରିବେ। ଏହି ଟଏଲେଟ୍‌ର ବିଶେଷତ୍ବ ହେଉଛି ଏହା କଠିକ ବର୍ଯ୍ୟବସ୍ତୁକୁ ଗ୍ୟାସ୍‌ରେ ପରିଣତ କରିପାରିବ। ଏଥିପାଇଁ ୩୦ହଜାର ଆମେରିକୀୟ ଡଲାର ଖର୍ଚ କରାଯିବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ରୋଟାରି କ୍ଲବ୍ ନ୍ୟୁ ହରାଇଜନ୍ ସହିତ ରୋଟାରି ଇ କ୍ଲବ୍, ଆରସି ଚ୍ୟାଟଉଡ୍ ସନରାଇଜ୍, ଅଷ୍ଟ୍ରେଲିଆସ୍ଥିତ ଆରସି କଲୌଣ୍ଡ୍ରା ଏଣ୍ଡ ଆରସି ହିଲ୍‌ସ-କେଲିଭିଲ, ଲୁଥାର୍ନ ୱାଲର୍ଡ ସର୍ଭିସ୍ ଟ୍ରଷ୍ଟ, ଫେଡ୍‌କୋ ଓ ବିଏମ୍‌ସି ର ସହାୟତାରେ ଏହା କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର