ଗଞ୍ଜେଇ ଚୋରା ଚାଲାଣକାରୀକୁ ୧୦ବର୍ଷ ଜେଲ୍‌

ଭୁବନେଶ୍ବର: ବେଆଇନ ଗଞ୍ଜେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୩ ଅଶ୍ବିନୀ କୁମାର ମଲ୍ଲିକ ଅଭିଯୁକ୍ତ ପପୁ ସାହୁକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଲକ୍ଷେ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନା‌ଦେୟ ଅଧିକ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପପୁର ଘର ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ। ପ୍ରକାଶ ଥାଉ କି, ୨୦୧୫ ଜୁନ୍‌ ୬ ତାରିଖରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳଷ୍ଟେସନ୍‌ ପ୍ଲାଟଫର୍ମ ନଂ-୧ରେ ଅବକାରୀ ବିଭାଗ ଚଢ଼ଉ କରି ୨ ବସ୍ତା ଗଞ୍ଜେଇ ଜବତ କରିବା ସହ ପପୁଙ୍କୁ ଗିରଫ କିରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀ ମଲ୍ଲିକ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପ୍ରଦୀପ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର