ଭୁବନେଶ୍ବର: ସୂର୍ଯ୍ୟନଗର ଅଞ୍ଚଳକୁ ଚାରିପଟୁ ବିଏମ୍ସି ସିଲ୍ କରିଦେଇଥିବା ବେଳେ ଆଜି ଏହି ଅଞ୍ଚଳକୁ ଥିବା ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଦେଇଛି। କେହି ବାହାରକୁ ଯାଇ ପାରୁନାହାନ୍ତି କି ବାହାର ଲୋକ ଭିତରକୁ ଆସୁନାହାନ୍ତି। ପ୍ରାୟ ହଜାରେ ପରିବାରକୁ ସଙ୍ଗରୋଧ ଅବସ୍ଥାରେ ରଖାଯାଇଛି। ସମସ୍ତଙ୍କ ଘର ଆଗରେ ଏସ୍ଓପି ଅନୁଯାୟୀ ସଙ୍ଗରୋଧ ଅଛନ୍ତି ବୋଲି ପୋଷ୍ଟର୍ ଲଗାଯାଇଛି। ଏହି ଅଞ୍ଚଳର ଲୋକଙ୍କର ଯେପରି କୌଣସି ଅସୁବଧା ନହୁଏ, ସେଥିପାଇଁ ବିଏମ୍ସି ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ବିଏମ୍ସି ଡେପୁଟି କମିସନର୍ କମଲଜିତ୍ ଦାସ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ବରେ ଥିବା ବେଳେ ଆଜି ଏହି ଅଞ୍ଚଳରେ ହଜାରେ ଲିଟର କ୍ଷୀର ବିକ୍ରି କରାଯାଇଛି। ଏହାସହ ଘରକୁ ଘର ବୁଲି ପରିବା, ସଉଦା, ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଇଛି। ତିନିଟି ଘରୋଇ ସଂସ୍ଥା ମାଧ୍ୟମରେ ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର୍ ରଖି ଯୋଗାଯାଇଛି। ସକାଳେ ଓ ସଂଧ୍ୟାରେ ଦୁଇ ବେଳା ଏହି ସବୁ ଗାଡ଼ି ବୁଲିଛି। କେବଳ ଏତିକି ନୁହେଁ, କାଳେ କିଏ ଅସୁସ୍ଥ ଥିବେ, ସେଥିପାଇଁ ଏକ ଡାକ୍ତରୀ ଟିମ୍ ପ୍ରତ୍ୟେକ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। କିଛି ଲୋକଙ୍କୁ ଔଷଧ ମଧ୍ୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂର୍ଯ୍ୟନଗର ଅଞ୍ଚଳ ସିଲ୍ ରହିବାକୁ ଥିବାରୁ ପ୍ରତ୍ୟେକ ଦିନ ବିଏମ୍ସି ପକ୍ଷରୁ ଏଠାରେ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ସୂର୍ଯ୍ୟନଗରରେ ହଜାରେ ପରିବାର ସଙ୍ଗରୋଧରେ, ଡାକ୍ତରୀ ଟିମ୍ ଘରକୁ ଘର ବୁଲିଲେ
ପରିବା, ସଉଦା, କ୍ଷୀର, ଖାଦ୍ୟ ଘରେ ପହଞ୍ଚିଲା
/sambad/media/post_attachments/wp-content/uploads/2020/04/df987hf98s7hsf987hsf98hsfhfshfhfhhfhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)