ଯୁବ ସ୍ବାଭିମାନ ଦିବସରେ ‘ପ୍ରେରଣା’ ପକ୍ଷରୁ ୧୦୦୧ ବୃକ୍ଷରୋପଣ

ବାରଙ୍ଗ: ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୦ତମ ଜନ୍ମଦିବସ ଗତକାଲି ସମଗ୍ର ରାଜ୍ୟରେ ‘ସ୍ବାଭିମାନ ଦିବସ’ ଭାବେ ପାଳିତ ‌ହୋଇଯାଇଛି। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ବୃକ୍ଷରୋପଣ ମାଧ୍ୟମରେ ଶ୍ରୀପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରାଯାଇଛି।

ସୂଚନା ଅନୁସାରେ, ବିଶ୍ବତାପନ ହ୍ରାସ ଓ ପରିବେଶକୁ ପ୍ରଦୂଷଣମୁକ୍ତ କରୁଥିବା ନିମ୍ବ, ବର, ଓସ୍ତ, ଅଶୋକ, ବକୁଳ ଭଳି ୧୦୦୧ ବୃକ୍ଷ ଚାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ, ଦେବାଳୟ, କ୍ଲବ ପରିସରରେ ରୋପଣ କରାଯାଇଥିଲା। ଏହାସହ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର ଓ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ୭୦ ଗୋଟି ଦୀପଦାନ କରାଯାଇଥିଲା। ସେହି ପରି ଶ୍ରୀ ପଟ୍ଟନାୟକଙ୍କୁ ଏକ ଗଛ ଚାରା, ଉତ୍ତରୀୟ ପ୍ରଦାନ କରାଯାଇ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ପ୍ରେରଣାର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ପରିଚାଳିତ ଏହି ସବୁ କାର୍ଯ୍ୟକ୍ରମରେ ଓଡ଼ିଶା ବୀର ମହାସଂଘ ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ବଦ୍ରି ମିଶ୍ର, ଚନ୍ଦନ ପଣ୍ଡା, ଇଂ ମାନସ କୁମାର, ସନ୍ତୋଷ ଶ୍ରୀଚନ୍ଦନ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର