ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ, ଆଜି ସ୍ଥାନୀୟ ସଂକ୍ରମଣ ୪୯ ଜଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କ୍ବାରେଣ୍ଟାଇନରୁ ଚିହ୍ନଟ ୫୨ ଜଣଙ୍କ ମଧ୍ୟରୁ ସାଲିଆସାହିରୁ ୫ ଜଣ, ପଟିଆରୁ ୩ ଜଣ, ଡୁମଡୁମାରୁ ୩-୩ ଜଣ, ୟୁନିଟ-୬ ତଳବସ୍ତି, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । ଏଥିସହ ଏକ କେନ୍ଦ୍ରୀୟ ହସ୍‌ପିଟାଲରୁ ୨ ଜଣ, ଜଣେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଏକ ଘରୋଇ ହସ୍‌ପିଟାଲରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୩୫୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୨୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସେହିଭଳି ୪୯ ସ୍ଥାନୀୟ ସଂକ୍ରମିତ ଭୁବନେଶ୍ବରର  ଆଇଗଣିଆ, ଶୈଳଶ୍ରୀବିହାର, ଏନ-୩ ଆଇଆରସି ଭିଲେଜ, ନୂଆ ଫରେଷ୍ଟ ପାର୍କ, ବଡ଼ଗଡ଼, ବରମୁଣ୍ଡା, ସତ୍ୟନଗର, ଲକ୍ଷ୍ମୀସାଗର, ପୋଖରୀପୁଟ, ଲକ୍ଷ୍ମୀସାଗର ଓସ୍କାର ସିଟି, ଗଜପତି ନଗର, ଡମଣା, ଖଣ୍ଡଗିରି, ଭିଏସଏସ ନଗର, ରଙ୍ଗମାଟିଆ, ଝାରପଡ଼ା, କଳ୍ପନା ଛକ, ପ୍ରାଚୀବିହାର, ଝାରପଡ଼ା ଜଗନ୍ନାଥନଗର, ନିଳାଦ୍ରୀ ବିହାର, ୟୁନିଟ-୩ ଖାରବେଳ ନଗର (ବେଙ୍ଗାଲୁରୁ ଫେରନ୍ତା), ସତ୍ୟନଗର ପଂଜାବୀ କଲୋନି (ହାଇଦ୍ରାବାଦ ଫେରନ୍ତା)ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର