ଭୁବନେଶ୍ବର: ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଓ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗଙ୍ଗପଡ଼ାସ୍ଥିତ କଲେଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଡ. ଅଜୟ କୁମାର ପ୍ରଧାନ ଶିବିର ଉଦ୍‌ଘାଟନ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିନିୟର ଆଡମିନଷ୍ଟ୍ରେଟିଭ୍ ଅଫିସର୍ ରାଜକୁମାର ନାୟକ ଶିବିର ସଂଯୋଜନା କରିଥିଲେ। ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ଅଭିଜିତ୍ ନାୟକ, ପ୍ରଫେସର ସୁନନ୍ଦ କୁମାର ସାହୁ ଓ ମାନସରଂଜନ ଦାଶ ଶିବିର ପରିଚାଳନା କରିଥିଲେ।

Advertisment

ପ୍ରସନ୍ନଜିତ୍ ଦାଶ, ତୁଷାରକାନ୍ତ ଦାଶ, ତନ୍ମୟ ବାରିକ, ସୁନୀଲ ଶତପଥୀ ସୌମ୍ୟଶ୍ରୀ ସବ୍ୟସାଚୀ ସିଂ, ସଂଘମିତ୍ରା ମହାପାତ୍ର, ସୁପ୍ରଭା ସାମଲ, ରାଜସ୍ବିନୀ ମିଶ୍ର, ବିଶ୍ବଜିତ ସାମଲ ଓ ବାଦଲ ବାଦଲ ଦାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୧୦୨ ଜଣ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବେନଶ୍ବର ମୁନିସିପାଲିଟି ହସପିଟାଲ ପକ୍ଷରୁ ଡାକ୍ତର କଲ୍ୟାଣ କୁମାର ସରକାର, କୈବଲ୍ୟ ପ୍ରଧାନ, ସଂଘମିତ୍ରା ସ୍ବାଇଁ, ଲିପକ ପାତ୍ର ଓ ପ୍ରକାଶ ଚନ୍ଦ୍ର ବରାଳ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂ‌ଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଶେଷରେ ଓଡ଼ିଶା ରକ୍ତକେନ୍ଦ୍ର, ବିଏମସି ହସପିଟାଲ ପକ୍ଷରୁ ଅନୁଷ୍ଠାନକୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।