ଭୁବନେଶ୍ୱରରୁ ଆଜି ୪୬ ଲୋକାଲ କେସ୍ ସମେତ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୫୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୪୬ ଜଣ ଲୋକାଲ କେସ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୨୬୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୫୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ନୟାପଲ୍ଲୀ ନୂଆସାହିରୁ ସର୍ବାଧିକ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୭ ଜଣ ଜଣ ମହିଳା ହୋଇଥିବା ବେଳେ ଅନ୍ୟ ୨ ଜଣ ପୁରୁଷ । ନୟାପଲ୍ଲୀରୁ ମଧ୍ୟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ହୋଇଥିବା ବେଳେ ଅନ୍ୟ ତିନି ଜଣ ମହିଳା । ଏଥିରେ ୪ ବର୍ଷର ବାଳକ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେହିପରି ସହିଦ ନଗର ଅଂଚଳରୁ ଆଜି ୬ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର