ମାସକରେ ୧୦୫ ଲୁଟେରା ଗିରଫ: ବିପୁଳ ଗହଣା, ଟଙ୍କା ସମେତ ୩୩ ଗାଡ଼ି ଜବତ

ଭୁବନେଶ୍ବର: ୨୦୨୩ ମସିହାର ପ୍ରଥମ ମାସରେ କମିସନରେଟ୍‌ ପୁଲିସର ପିଓପିଡି ଏବଂ ଟିମ୍‌-୬୦ ମିଳିତ ଚଢ଼ଉ କରି ୧୦୫ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨୦ ଲକ୍ଷରୁ ଊର୍ଧ୍ବ ଟଙ୍କାର ସୁନା ଗହଣା ଜବତ କରାଯାଇଛି। ଜବତ ଗହଣା ଭିତରେ ୨୯୬ଗ୍ରାମ୍‌ ଓଜନର ସୁନା ଗହଣା, ୨୦୦ଗ୍ରାମ ଓଜନର ରୂପା ଗହଣା ରହିଛି।

ସେହିଭଳି ସେମାନଙ୍କଠାରୁ ନଗଦ ୧ ଲକ୍ଷ ୨୯ ହଜାର ଟଙ୍କା, ୫୬ଟି ଦାମୀ ମୋବାଇଲ ଫୋନ୍‌ ଏବଂ ୩୩ଟି ଚୋରା ଗାଡ଼ି ଜବତ କରାଯାଇଛି। ଗିରଫ ହୋଇଥିବା ୧୦୫ ଅଭିଯୁକ୍ତଙ୍କ ମଧ୍ୟରୁ ୮୫ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯାଇଥିବା‌ ବେଳେ ୨୬ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସିଆର୍‌ପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର