ଭୁବନେଶ୍ୱର: ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ବୁଧବାର ଆୟୋଜିତ ଏକ ଭବ୍ୟ ଉତ୍ସବରେ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୨-୨୩ ମସିହା ନିମନ୍ତେ ୯୦%ରୁ ଅଧିକ ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କର ପ୍ରେରଣାମୂଳକ ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ଜୀବନର ପ୍ରାରମ୍ଭର ଆହ୍ୱାନ ଦେଇଥିଲା ।
/sambad/media/post_attachments/wp-content/uploads/2023/07/WhatsApp-Image-2023-07-05-at-20.09.35-e1688568471551-1024x442.jpeg)
ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସଭାପତି ଡ. ଅଶ୍ୱିନୀ କୁମାର ତିୱାରି, ପରିଚାଳକ ପ୍ରତାପ କୁମାର ଜେନା, ସହ ପରିଚାଳକ ସଂଗ୍ରାମ କେଶରୀ ନାୟକ, ଅଧ୍ୟକ୍ଷା ଅଳକା ମହାନ୍ତି ଓ ଉପାଧ୍ୟକ୍ଷ ଡ. ମନୋରଞ୍ଜନ ବେଜ ଏବଂ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ୯୦%ରୁ ଊଦ୍ଧ୍ୱର୍ ନମ୍ବର ରଖିଥିବା ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୩୦ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ମାରକ ଉପହାର ପ୍ରଦାନ
କରାଯାଇଥିଲା । ବିଦ୍ୟାଳୟର ଅଭିଭାବକମାନଙ୍କର ଉପସ୍ଥିତି ଏହି ଉତ୍ସବକୁ ବେଶ୍ ସଫଳ ମଣ୍ଡିତ କରିପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/WhatsApp-Image-2023-07-05-at-20.09.34.jpeg)