୧୦ରେ ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସ

ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସ ଆସନ୍ତା ୧୦ ତାରିଖ (ଶୁକ୍ରବାର) ଦିନ ସକାଳ ସାଢ଼େ ୧୦ଟାରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ।

ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦ ଆଶୀର୍ବଚନ ପ୍ରଦାନ କରିବେ। ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମ୍‌ସି ମେୟର୍‌ ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିସନ୍‌ର ସଭାପତି ଜ୍ୟୋତିର୍ମୟୀ ମିଶ୍ର ଯୋଗଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ସୁଦ୍ଧାନନ୍ଦ ଗିରି ଓ ସ୍ୱାମୀ ସମର୍ପଣାନନ୍ଦ ଗିରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର