ଭୁବନେଶ୍ବର: ଏକ ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନିର ରଡ୍ କିଣାଇବା ବାହାନାରେ ଏକ କନ୍ଷ୍ଟ୍ରକସନ୍ ସଂସ୍ଥାର ମାଲିକଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ସାଇବର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶ ଚାନ୍ଦୁଲି ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର(୨୫)। ଗତକାଲି ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଅଭିଯୋଗକାରୀ ମହେଶ କୁମାର ସିଂଙ୍କର ଏକ କନ୍ଷ୍ଟ୍ରକ୍ସନ୍ ସଂସ୍ଥା ରହିଛି। ନିର୍ମାଣ କାମ ପାଇଁ ରଡ୍ କିଣିବା ଲକ୍ଷ୍ୟରେ ସେ ଏକ ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନିର ଟୋଲ୍ ଫ୍ରି ନମ୍ବର ଖୋଜୁଥିଲେ। ସାମାଜିକ ଗଣମାଧ୍ୟମରେ ଏହି ନମ୍ବର ଖୋଜୁଖୋଜୁ ତାଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଉକ୍ତ ଷ୍ଟିଲ୍ କମ୍ପାନିର ମାର୍କେଟିଂ ବିଭାଗର ଜଣେ ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଆଲୋଚନା ଭିତରେ ଧୂର୍ତ୍ତ କମ୍ପାନିର ନକଲି ଲୋଗୋ, ଡିଜାଇନ୍ ଓ ଡିମାଣ୍ଡ ଲେଟର୍ ପଠାଇଥିଲା। ଅଭିଯୋଗକାରୀ ଶ୍ରୀ ସିଂଙ୍କ ବିଶ୍ବାସ ହେବାପରେ ସେ ଅଗ୍ରିମ ବାବଦରେ ୧ ଲକ୍ଷ ୨୫ହଜାର ଟଙ୍କା ଓ ପରେ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଠକର ମୋବାଇଲ୍ ବନ୍ଦ ହୋଇଯାଇଥିଲା। ଠକାମିର ଶିକାର ହେବା ନେଇ ନିଶ୍ଚିତ ହେବା ପରେ ଶ୍ରୀ ସିଂ ଗତମାସ ୨୨ ତାରିଖରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।
ଲୁହାଛଡ଼ ଯୋଗାଇବା ଆଳରେ ୧୧ଲକ୍ଷ ଚଳୁ, ଉତ୍ତରପ୍ରଦେଶରୁ ଠକ ଗିରଫ
କ ପ୍ରତିଷ୍ଠିତ ଷ୍ଟିଲ୍ କମ୍ପାନିର ରଡ୍ କିଣାଇବା ବାହାନାରେ ଏକ କନ୍ଷ୍ଟ୍ରକସନ୍ ସଂସ୍ଥାର ମାଲିକଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ସାଇବର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶ...
/sambad/media/media_files/2025/06/11/gYVEV5h4LtVkkUIPjOgE.jpg)